Latest Odisha News

BREAKING NEWS

‘କୌନ୍ ବନେଗା କରୋଡ଼ପତି’ରେ ଏମପି ଚନ୍ଦ୍ରାଣୀ ମୂର୍ମୁ !

ଭୁବନେଶ୍ୱର: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁଙ୍କ ନାମ ‘କୌନ୍ ବନେଗା କରୋଡ଼ପତି-୧୧’ରେ ଏକ ପ୍ରଶ୍ନର ଉତ୍ତରରେ ରହିଛି ।

ଟିଭିରେ ପ୍ରସାରିତ ହେଉଥିବା ଏହି ‘କୌନ୍ ବନେଗା କରୋଡ଼ପତି’ରେ ଲୋକପ୍ରିୟ କାର୍ଯ୍ୟକ୍ରମରେ ବିଗ୍ ବି ଅମିତାଭ ବଚ୍ଚନ୍ ସାମ୍ନାରେ ବସିଥିବା ଅଂଶଗ୍ରହଣକାରୀଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି ।

ପ୍ରଶ୍ନ: ୨୦୧୯ରେ କିଏ ସଂସଦରେ ସର୍ବକନିଷ୍ଠ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବା ଫଳରେ ଜଣେ ମହିଳା ପ୍ରତିଦ୍ୱନ୍ଦ୍ୱୀଙ୍କୁ ମିଳିଛି ୬.୩ ଲକ୍ଷ ଟଙ୍କାର ପୁରସ୍କାର ।

ସାଂସଦ ଚନ୍ଦ୍ରାଣୀଙ୍କୁ ଘରେ ବନ୍ଧୁ ବାନ୍ଧବ ତଥା ସାଙ୍ଗ ସାଥୀ ଥଟ୍ଟାରେ ଡ଼ାକନ୍ତି ‘ହୀରା’ ଓ ‘ଚନ୍ଦୁ’ । ୨୦୧୭ରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ ବିଟେକ୍ ପାଶ୍ କରିବା ପରେ ସେ ସରକାରୀ ଚାକିରି ଲାଗି ଆବେଦନ କରୁଥିଲେ ମଧ୍ୟ ।

ସେ ହେଉଛନ୍ତି ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ । ଗତ ସାଧାରଣ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇଥିଲା ବିଜୁ ଜନତା ଦଳ । ଚନ୍ଦ୍ରାଣୀଙ୍କ ପ୍ରାର୍ଥୀତ୍ୱ ପ୍ରଥମେ ଅନେକଙ୍କୁ ବିସ୍ମିତ କରିଥିଲେ ମଧ୍ୟ ନିର୍ବାଚନରେ ସେ ବିଜୟୀ ହୋଇଥିଲେ । ସେ ଦୁଇଥର ସାଂସଦ ରହିଥିବା ବିଜେପିର ବରିଷ୍ଠ ନେତା ଅନନ୍ତ ନାୟକଙ୍କ ଠାରୁ ୬୫,୦୦୦ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ ।

Leave A Reply

Your email address will not be published.