Latest Odisha News

୪ ବର୍ଷରେ ୨୦ ଲକ୍ଷ ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରରେ ୯ଜଣ ହିତାଧିକାରୀଙ୍କୁ ପକ୍କାଘର ‘ଯୋଗ୍ୟତା କାର୍ଡ ଅଧିକାର’ ପତ୍ର ବଣ୍ଟନ କରି ୨୦ଲକ୍ଷ ପକ୍କାଘରର ବଣ୍ଟନ ପ୍ରକିୟା ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନରେ ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସ ଅବସରରେ କହିଛନ୍ତି, “ନିଜ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡ ତଳେ ଛାତ ଦେବା ପାଇଁ ବିଜୁ ବାବୁଙ୍କ ସ୍ୱପ୍ନ ଥିଲା । ଖୁସିର କଥା, ଆମେ ଏ ଦିଗରେ ଅନେକ ବାଟ ଆସିପାରିଛୁ । ଏପର୍ଯ୍ୟନ୍ତ ଆମେ ୧୫ ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଦେଇପାରିଛୁ । ଆଗାମୀ ୪ ବର୍ଷ ଭିତରେ ଆଉ ୨୦ଲକ୍ଷ ପକ୍କାଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛୁ । ମୋର ବିଶ୍ୱାସ ଯେ, ଆପଣମାନେ ଠିକ ସମୟରେ ଘର ତିଆରି କରିବେ ଏବଂ ଓଡିଶାର ସବୁ କଚ୍ଚା ଘରକୁ ପକ୍କାଘରରେ ପରିଣତ କରିବାକୁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବେ ।”

Comments are closed.