Latest Odisha News

BREAKING NEWS

କଂଗ୍ରେସ ଛାଡିବାର ପ୍ରଶ୍ନ ଉଠୁନାହିଁ: ଜାକୋବ ପ୍ରଧାନ

ଭୁବନେଶ୍ୱର : ସୁନ୍ଦରଗଡ ବିଧାୟକ ଯୋଗେସ ସିଂହଙ୍କୁ ଦଳ ବିରୋଧି କାର୍ଯ୍ୟ ଲାଗି ରାଜ୍ୟ କଂଗ୍ରେସ ନେତୃତ୍ୱ ନିଲମ୍ବନ କରିଥିବା ବେଳେ କଂଗ୍ରେସ ଦଳର ଝାରସୁଗୁଡା ବିଧାୟକ ନବ ଦାସ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ଅନ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତା ତଥା ଜି. ଉଦୟଗିରି ବିଧାୟକ ଜାକୋବ ପ୍ରଧାନଙ୍କ ସମ୍ପର୍କରେ ଦଳ ଛାଡିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଅସ୍ୱୀକାର କରିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ଏକ ଖବରକୁ ଖଣ୍ଡନ କରି ଶୁକ୍ରବାର ଦିନ ଶ୍ରୀ ପ୍ରଧାନ ଏକ ଲିଖିତ ବୟାନ ଦେଇଛନ୍ତି । ଏସମ୍ପର୍କରେ ସେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଜାନୁଆରୀ ୧୪ ଓ ୧୭ ତାରିଖରେ ଓଡିଶାର ୨ଟି ଅଗ୍ରଣୀ ଦୈନିକ ସମ୍ବାଦପତ୍ର ପ୍ରଗତିବାଦୀ ଓ ନିତିଦିନରେ ଏସମ୍ପର୍କରେ ଏକ ଖବର ପ୍ରକାଶିତ ପାଇଥିଲା । ଏହି ପ୍ରକାଶିତ ଖବରକୁ ଜାକୋବ ସମ୍ପୂର୍ଣ୍ଣ ଭିତ୍ତିହୀନ, କପୋଳକଳ୍ପିତ ତଥା ମନଗଢା ବୋଲି ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି “ ମୋର କଂଗ୍ରେସ ଦଳ ଛାଡିବାର କୌଣସି ପ୍ରଶ୍ନ ଉଠୁନାହିଁ । ମୁଁ କଂଗ୍ରେସ ସହ ଅଛି ଓ ଦଳରେ ହିଁ ରହିବି” ।

ତେବେ ଏଭଳିି ରିପୋର୍ଟ ପ୍ରକାଶ କରିଥିବା ସମ୍ବାଦପତ୍ର ଉପରେ ସେ ଅତ୍ୟନ୍ତ କ୍ଷୁବ୍ଧ ହେବା ସହ ଭବିଷ୍ୟତରେ ଏଭଳି ଭ୍ରମାତ୍ମକ ସମ୍ବାଦ ପରିବେଷଣ ନକରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.