Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚିଲିକାରେ ଚାଲିଲା ହାଉସ ବୋଟ ‘ଗରୁଡ’: ପର୍ଯ୍ୟଟକଙ୍କ ପାଇଁ ବୋଟରେ ରହିଛି ସବୁ ସୁବିଧା

ଖୋର୍ଦ୍ଧା : ରାଜ୍ୟରେ ପ୍ରଥମ ଥର ପାଇଁ ଚିଲିକାରେ ଆଜିଠାରୁ ଚାଲିଲା ହାଉସ ବୋଟ । ଏହି ବିଳାସପୁର୍ଣ୍ଣ ହାଉସ ବୋଟ ଗରୁଡକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରୁଡ଼ ବୋଟରେ ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରିଯାପନ ବ୍ୟବସ୍ଥା ଇତ୍ୟାଦିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାରର ସୁବିଧା ବୋଟରେ ଉପଲବ୍ଧ ରହିଛି ।

ଡବଲ୍ ଇଞ୍ଜିନ୍ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ଫୁଟ୍, ଓସାର ୨୨ଫୁଟ୍ ରହିଛି । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍ କରାଯାଇଛି । ବୋଟର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ସହିତ ଲାଉଞ୍ଜ ଅଛି ।

ହାଉସ ବୋଟରେ ଖୁବ୍ ସୁନ୍ଦର କୋଠରୀ ରହିଛି । ଏଠାରେ ରାତି ରହଣୀ ସହ ଖାଇବାର ବ୍ୟବସ୍ଥା ରହିଛି । ଡବଲ ଇଞ୍ଜିନ୍ ବିଶିଷ୍ଟ ବୋଟର ଲମ୍ବା ୧୦୫ ଫୁଟ ଓ ଓସାର ୨୨ ଫୁଟ । ଚିଲିକାର ଜଳବାୟୁ ଓ ପରିବେଶ ଅନୁସାରେ ଏହାର ଡିଜାଇନ କରାଯାଇଛି ।ଏକାଥରେ ୬ଟି ଦମ୍ପତିଙ୍କ ପାଇଁ ୨୪ ଘଂଟା ରହଣି ବ୍ୟବସ୍ଥା ରହିଛି । ଗରୁଡକୁ ସ୍ୱାଗତ ବେଳେ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସୁରକ୍ଷା ସଂପର୍କୀତ ସୂଚନା ଦିଆଯିବ ।

ଗରୁଡରେ ରହଣି ବେଳେ ଖାଇବା ପାଇଁ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସହ ଚା’ ଯୋଗାଇ ଦିଆଯିବ । ଓଡିଆ ଖାଦ୍ୟକୁ ପ୍ରାଥମିକତା ଦିଆଯିବ । ଖାଦ୍ୟ ମେନୁରେ ସାମୁଦ୍ରିକ ଖାଦ୍ୟ, କଙ୍କଡା, ଚିଲିକା ଚିଙ୍ଗୁଡି ଓ ଚିଲିକାର ଖଇଙ୍ଗା ମାଛ ରହିବ । ଦିନ ସାଢେ ଗୋଟାଏରେ ମଧ୍ୟାହ୍ନ ଭୋଜନରେ ଓଡିଆ ଖାଦ୍ୟ ସହ ସାମୁଦ୍ରିକ ଖାଦ୍ୟ ଖାଇପାରିବେ ପର୍ଯ୍ୟଟକ । ସେହିଭଳି ରାତି ୯ଟା ସୁଦ୍ଧା ରାତ୍ରି ଭୋଜନରେ ବିଭିନ୍ନ ପ୍ରକାର ଖାଦ୍ୟ ପରସା ଯିବ ।

ଆଜିଠାରୁ ଏହି ବିଳାସପୁର୍ଣ୍ଣ ଗରୁଡ ଚିଲିକାରେ ଶୁଭାରମ୍ଭ ହୋଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ସ୍ୱଗତ କରାଯାଇଛି।

 

Leave A Reply

Your email address will not be published.