Latest Odisha News

BREAKING NEWS

ଉତରାଖଣ୍ଡ ବିପକ୍ଷରେ ମୁମ୍ବାଇର ବୃହତ ବିଜୟ, ଭାଙ୍ଗିଲା ୯୨ ବର୍ଷର ରେକର୍ଡ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇ ୭୨୫ ରନରେ ଉତରାଖଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଦଳ ସେମିରେ ଉତରପ୍ରଦେଶକୁ ଭେଟିବ । ରନ ଦୃଷ୍ଟି କୋଣରୁ ମୁମ୍ବାଇ ୯୨ ବର୍ଷର ରେକର୍ଡ ଭାଙ୍ଗିଛି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏତେ ରନ ବ୍ୟବଧାନରେ କେହି ଜିତି ନ ଥିଲେ । ପୂର୍ବରୁ ୧୯୨୯ରେ ନ୍ୟୁ ସାଉଥ ୱେଲ୍ସ ୬୮୫ ରନରେ କୁଇନ୍ସଲାଣ୍ଡକୁ ପରାସ୍ତ କରିଥିଲେ । ଏହା ପଛକୁ ଅଷ୍ଟ୍ରେଲିଆ ୧୯୨୮ରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ରଣଜୀ ଟ୍ରଫିରେ ବେଙ୍ଗଲ ୧୯୫୩ରେ ୫୪୦ ରନ ବ୍ୟବଧାନରେ ଓଡିଶାକୁ ପରାସ୍ତ କରିଥିଲା ।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସୁବେଦ ପାରକରଙ୍କ ୨୫୨ ଓ ସରଫରାଜ ଖାଁଙ୍କ ୧୫୩ ରନ ସହାୟତାରେ ୮ ୱିକେଟ ବିନିମୟରେ ୬୪୭ ରନ କରିଥିଲା । ଜବାବରେ ଉତରାଖଣ୍ଡ ୧୧୪ ରନ ସଂଗ୍ରହ କରିଥିଲା । ୫୩୩ ରନରେ ଅଗ୍ରଣୀ ରହିବା ସତ୍ୱେ ମୁମ୍ବାଇ ବ୍ୟାଟିଂ କରି ଦ୍ୱିତୀୟ ଇନିଂସରେ ୩ ୱିକେଟ ବିନିମୟରେ ୨୬୧ ରନ କରି ଉତରାଖଣ୍ଡ ସମ୍ମୁଖରେ ୭୯୫ ରନର ଟାର୍ଗେଟ ରଖିଥିଲା । ଉତରାଖଣ୍ଡ ୬୯ ରନରେ ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.