Latest Odisha News

BREAKING NEWS

ରାଜଧାନୀରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ଇଣ୍ଟରନ୍ୟାସନାଲ୍ ବିପିଓ ସେଣ୍ଟର୍’

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଅତ୍ୟାଧୁନିକ ବୈଷୟିକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେକ୍ ମହିନ୍ଦ୍ରା କମ୍ପାନୀର ଏକ ଇଣ୍ଟରନ୍ୟାସନାଲ୍ ବିପିଓ ସେଣ୍ଟରକୁ ଏଠାରେ ଉଦଘାଟନ କରିଛନ୍ତି ।

ଏହି ଅନ୍ତର୍ଜାତୀୟ ବିପିଓ ସେଣ୍ଟରଟି ଓଡ଼ିଶାରେ ସ୍ଥାପିତ ହେବା ଦ୍ୱାରା ଶହ ଶହ ସଂଖ୍ୟାରେ ଓଡ଼ିଶାର ଯୁବବର୍ଗ ନିଯୁକ୍ତି ପାଇପାରିବେ । ଏହାବ୍ୟତୀତ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ବୈଷୟିକ ଜ୍ଞାନକୌଶଳ ଆଦୃତି ଲାଭ କରିପାରିବ ।

ଟେକ୍ ମହିନ୍ଦ୍ରା ଏବଂ ‘ଓଡ଼ିଶା ଇନଫ୍ରାଷ୍ଟ୍ରକଚର ଡ଼େଭେଲପମେଣ୍ଟ କର୍ପୋରେସନ’ (ଓଆଇଡ଼ିସି) ମଧ୍ୟରେ ଗତ ନଭେମ୍ବର ୪ ତାରିଖରେ ଏକ ବୁଝାମଣା (ଏମଓୟୁ ) ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ଅନୁଯାୟୀ ରାଜଧାନୀର ଫଚ୍ୟୁନ ଟାୱାରରେ ଏହାର ଫର୍ଚ୍ୟୁନ ୫୦୦ ଗ୍ଲୋବାଲ୍ କଷ୍ଟମରଙ୍କ ଲାଗି ଆନ୍ତର୍ଜାତୀୟ ମାନର ଏକ ବିପିଓ ସେଣ୍ଟର୍ ଖୋଲାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ରାଜ୍ୟର ସିଇଟି ସମେତ ଟେକ୍ ମହିନ୍ଦ୍ରା, ବିପିୟୁଟି ମଧ୍ୟରେ ସହଭାଗିତା ମଧ୍ୟରେ ଏହି ସେଣ୍ଟର୍ ଉଦଘାଟିତ ହୋଇଛି ।

ଏହି ଉଦଘାଟନ ଉତ୍ସବରେ ଏକ ବିବୃତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇ କୁହାଯାଇଛି ଯେ, ପ୍ରତିବର୍ଷ ୩୦ ଜଣ ବିଦ୍ୟାର୍ଥୀଙ୍କୁ ଏଠାରେ ତାଲିମ ପ୍ରଦାନ କରାଯିବ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚୀ, ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଟେକ ମହିନ୍ଦ୍ରାର ଏମଡ଼ି ତଥା ସିଇଓ ସି ପି ଗୁର୍ଣ୍ଣାନୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.