Latest Odisha News

BREAKING NEWS

ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଇସ୍ପାତ ନଗରୀ ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ପ୍ଲାଜମା ବ୍ୟାଙ୍କର ଲୋକାର୍ପିତ କରିଛନ୍ତି । ଏହା ହେଉଛି ରାଜ୍ୟର ତୃତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁତର ରୋଗୀଙ୍କ ଠାରେ ପ୍ଲାଜମା ଥେରାପି ସଫଳ ହୋଇଛି । ପ୍ଲାଜମା ଥେରାପିରେ ବର୍ତ୍ତମାନ ଯାଏଁ ୮ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ପେରିଲେଣି । କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ପ୍ରୋତ୍ସାହିତ କରାଯିବ । ପ୍ଲାଜମା ଦାନକୁ ଜନ ଆନ୍ଦୋଳନରେ ପରିଣତ କରାଯିବ । ଏଥିପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ବୋଲି ନବୀନ କହିଛନ୍ତି ।

ଆଗକୁ ଖୁବ୍‌ଶୀଘ୍ର ବ୍ରହ୍ମପୁର ଏମ୍‌କେସିଜି ଏବଂ ବୁର୍ଲାରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ଖୋଲିବ । ପୂର୍ବରୁ କଟକ ଏସ୍‌ସିବି ଓ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଖୋଲି ସାରିଛି ।

Leave A Reply

Your email address will not be published.