Latest Odisha News

BREAKING NEWS

[ଭିଡିଓ] ସ୍ୱାମୀ ଯଦି ସାଜେ ଅବିଶ୍ୱାସର ପ୍ରତୀକ…

ମଧ୍ୟପ୍ରଦେଶ: ସ୍ୱାମୀ ସ୍ତ୍ରୀ ସଂପର୍କରେ ଲାଗିଲା ଅବିଶ୍ୱାସ ଓ କଳଙ୍କର ଛିଟା । ପରକୀୟା ପ୍ରିତୀ ସନ୍ଦେହରେ ବିଚ୍ ରାସ୍ତାରେ ସ୍ତ୍ରୀକୁ ଅପମାନିତ କଲା ସନ୍ଦେହି ସ୍ୱାମୀ । ଏହି ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ମଙ୍ଗଳବାର ଭୋପାଳ ଝାବୁଆ ଗାଁରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ମାଡ ମରାଯିବା ସହ ନିଜ ସ୍ୱାମୀକୁ କାନ୍ଧରେ ବସାଇ ଚାଲିବାକୁ ବାଧ୍ୟ କରାଯାଇଥିଲା । ମହିଳାଙ୍କ ବିରୋଧରେ ପରକୀୟା ପ୍ରିତୀ ଭଳି ଅଭିଯୋଗ ଆଣି ଖୋଦ ତାଙ୍କ ସ୍ୱାମୀ ଗାଁ ଲୋକଙ୍କ ସହ ମିଶି ଏପରି ନିନ୍ଦନୀୟ ଘଟଣା ଘଟାଇଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକେ ସେହି ମହିଳାଙ୍କୁ ଉଦ୍ଧାର କରିବା ପରିବର୍ତେ ଭିଡିଓ ରେକର୍ଡ କରିବାରେ ମସଗୁଲ ଥିଲେ ।

ଘଟଣାରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ସାତଜଣଙ୍କୁ ପୋଲିସ ଗିରଫ କରିଛି । ମହିଳା ଓ ତାଙ୍କ ସ୍ୱାମୀ ଦିନମଜୁରିଆ ଭାବେ ଗୁଜରାଟରେ କାମ କରୁଥିଲେ । ରବିବାର ଦୁହେଁ ଗାଁକୁ ଫେରିବା ପରେ ମହିଳାଙ୍କର ଅନ୍ୟ କାହା ସହ ସଂପର୍କ ଥିବା ନେଇ ତାଙ୍କ ସ୍ୱାମୀ ଗାଁ ଲୋକଙ୍କୁ ଜଣାଇଥିଲେ । ଯାହାର ଦଣ୍ଡ ସ୍ୱରୂପ ଗାଁ ଲୋକମାନେ ମହିଳାଙ୍କୁ ଏଭଳି ଘୃଣ୍ୟ ଉପାୟରେ ଦଣ୍ଡିତ କରିଥିଲେ ।

Leave A Reply

Your email address will not be published.