Latest Odisha News

BREAKING NEWS

ଗୋପାଳପୁର ପୋର୍ଟରେ ୨ଟି ବର୍ଥକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୋପାଳପୁର ପୋର୍ଟରେ ନବନିର୍ମିତ ଦ୍ୱିତୀୟ ଓ ତୃତୀୟ ବର୍ଥକୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

ଏହା ଦ୍ୱାରା ଉତ୍ପାଦନ ୨ମିଲିଅନ୍ ଟନରୁ ୨୦ ମିଲିଅନ୍ ଟନକୁ ବୃଦ୍ଧି ପାଇବ । ୮ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ ବୋଲି ଏହି ବର୍ଥକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋପାଳପୁର ପୋର୍ଟ ଏକ ସବୁଦିନିଆ ବନ୍ଦର ରୂପେ ଏହାର କ୍ଷମତା ୨୫ ମେଟ୍ରିକ୍ ଟନ୍ ବୃଦ୍ଧି କରାଯାଇ ୨୦୨୫ ସୁଦ୍ଧା ୫୫ ମିଲିୟନ୍ ମେଟ୍ରିକ୍ ଟନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାସହ ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୧୧ଟି ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ଧରାକୋଟ ଓ ସାନଖେମୁଣ୍ଡି ବ୍ଲକର ୧୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ବି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗାରବନ୍ଧା ଅଭିମୁଖେ ଗସ୍ତ କରିବେ । ସେଠାରେ ୬୩୧.୨୪ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ୍ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.