Latest Odisha News

BREAKING NEWS

ସୋସିଆଲ୍ ମିଡ଼ିଆରେ ‘ଯୁଦ୍ଧକୁ ନା’, ‘ଅଭିନନ୍ଦନଙ୍କୁ ଭାରତ ଫେରାଅ’ ଚର୍ଚ୍ଚା ଜୋର୍ ଧରିଲା

ଭୁବନେଶ୍ୱର: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ତଥା ପାଇଲଟଙ୍କୁ ପାକିସ୍ତାନୀ ସୈନ୍ୟ ଦ୍ୱାରା ଧରାପଡ଼ିଥିବା ନେଇ ବିଭିନ୍ନ ଫଟୋ ଓ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି ସୋସିଆଲ୍ ମିଡ଼ିଆରେ । ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଧରି ତାଙ୍କର ବିଭତ୍ସ ମୁହଁର ଫଟୋ ଓ ଭିଡ଼ିଓକୁ ପାକିସ୍ତାନୀ ନାଗରିକ ଭାଇରାଲ୍ କରିବାରେ ଲାଗିଛନ୍ତି ।


ଏବେ ସୋସିଆଲ୍ ମିଡ଼ିଆରେ ଯୁଦ୍ଧର ବିଭିଷିକା ଓ ଅଭିନନ୍ଦନଙ୍କୁ ନେଇ ଚର୍ଚ୍ଚା ।

ପାକିସ୍ତାନରେ ଏବେ ଯୁଦ୍ଧର ଭୟ ସାଧାରଣ ନାଗରିକଙ୍କୁ ଅଧିକ ମାତ୍ରାରେ କବଳିତ କରିଛି । ଯୁଦ୍ଧର ଆଶଙ୍କା ଓ ତତ୍ ପରବର୍ତ୍ତୀ ଅବସ୍ଥାକୁ ଅନୁମାନ କରି ପାକିସ୍ତାନ ନାଗରିକ ତଥା ସେଲେବ୍ରିଟିମାନେ ଅଭିନନ୍ଦନଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ସହିତ ଯୁଦ୍ଧର ଆଶଙ୍କା ବନ୍ଦ କରିବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ।

କେତେକ ହୃଦୟ ବିଦାରକ ପୋଷ୍ଟିଂରେ ଯୁଦ୍ଧର ପରିଣାମ କିପରି ହୁଏ ତାହାକୁ ବର୍ଣ୍ଣନା କରାଯାଇଛି ।

ପାକିସ୍ତାନ ପ୍ରରୋଚିତ ଜୈଶ-ଇ-ମହମ୍ମଦ ଆତ୍ମଘାତୀ ଆତଙ୍କବାଦୀଙ୍କ ଦ୍ୱାରା ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ଭାରତୀୟ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାର ଜବାବ ଦେବାକୁ ଯାଇ ଭାରତ ପାକିସ୍ତାନ ସୀମା ବାଲାକୋଟରେ ବାୟୁସେନା ଦ୍ୱାରା ଆକ୍ରମଣ କରି ୩୫୦ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ନିପାତ କରିଥିଲା ।

ମାତ୍ର ପାକିସ୍ତାନ ଏହାପରେ ଭାରତୀୟ ସେନାଙ୍କ ଶିବିର ଉପରେ ବାୟୁସେନା ଦ୍ୱାରା ଆକ୍ରମଣ କରିବା ଦ୍ୱାରା ଉଭୟ ପକ୍ଷର ଯୁଦ୍ଧବିମାନ ନଷ୍ଟ ହୋଇଥିଲା ।

ଭାରତୀୟ ଯୁଦ୍ଧ ବିମାନର ପାଇଲଟ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ମଧ୍ୟ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାରାଶୁଟ ମାଧ୍ୟମରେ ଖସି ପଡ଼ିଥିଲେ ।

ତାଙ୍କୁ ଧରିବା ପରେ ଏବେ ସମଗ୍ର ବିଶ୍ୱରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Leave A Reply

Your email address will not be published.