Latest Odisha News

BREAKING NEWS

ୟୁକ୍ରେନ ଫେରନ୍ତା ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁକ୍ରେନରୁ ଓଡିଶା ଫେରିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ସହାୟତାରେ ଆଜି ୟୁକ୍ରେନରୁ ଓଡିଶା ଫେରିଛନ୍ତି ୭୭ ଜଣ ଛାତ୍ରଛାତ୍ରୀ ।ଏହି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିଥିଲେ ।ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଖୁସିର ମହୁର୍ତ୍ତ ବିତାଇଥିଲେ ନବୀନ ପଟ୍ଟନାୟକ ।

ପିଲାମାନଙ୍କ ପାଠ ପଢାରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଯୁଦ୍ଧ ସମୟରେ ଉପୁଜିଥିବା ପରିସ୍ଥିତିକୁ ଛାତ୍ରଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଆଗରେ କହିଥିଲେ ।ଏହା ସହ ପିଲାମାନଙ୍କ ଅଭିଭାବକଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । ପିଲାମାନେ ୟୁକ୍ରେନ ଯୁଦ୍ଧ ଭୂମିରୁ ଫେରିଥିବାରୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏୟାର ଏସିଆର ସ୍ୱତନ୍ତ୍ର ବିମାନରେ ଛାତ୍ରଛାତ୍ରୀ ମାନଙ୍କୁ  ନେଇ ୫.୩୦ରେ ଦିଲ୍ଲୀରୁ ଆସି ଓଡିଶାରେ ପହଁଞ୍ଚିଥିଲା  । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଏୟାର ପୋର୍ଟରେ ୫ଟି ସଚ୍ଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.