Latest Odisha News

BREAKING NEWS

ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ହେବ ଅର୍ଥନୈତିକ କରିଡର; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର (ବିସିପିପିଇଆର) ପାଇଁ ଅର୍ଥନୈତିକ ଯୋଜନା ଆରମ୍ଭ କରିଛନ୍ତି। ଲୋକସେବା ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନା ଦ୍ୱାରା ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ଉଭା ହେବ।

ଭୁବନେଶ୍ୱରର ଲୋକସେବା ଭବନର କନଭେନସନ ସେଣ୍ଟରରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା ଏବଂ ସିଇଓ ବି ଭି ଆର ସୁବ୍ରହ୍ମଣ୍ୟମ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିସିପିପିଇଆର ଅଞ୍ଚଳକୁ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିର ଏକ କେନ୍ଦ୍ର ଭାବରେ ବିକଶିତ କରିବାକୁ ଯାଉଛି, ଯାହା ଭାରତର ସାମଗ୍ରିକ ଆର୍ଥିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

 

Leave A Reply

Your email address will not be published.