Latest Odisha News

ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆଜିର ଦିନ ଓଡ଼ିଶା ଇତିହାସରେ ରହିବ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ଅଧୀନରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଦେଇ କଟକକୁ ସହଜରେ ପରିବହନ ସୁବିଧା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

ନୂଆବର୍ଷ ଅବସରରେ ନୂଆ ଓଡ଼ିଶାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମେଟ୍ରୋ ରେଳ ପ୍ରକଳ୍ପ ୪ ବର୍ଷ ମଧ୍ୟରେ ଶେଷ ହେବ ଏବଂ ରାଜ୍ୟବାସୀ ମେଟ୍ରୋ ରେଳର ସୁବିଧା ପାଇବେ ।  ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ୨୦ଟି ଷ୍ଟେସନ ରହିବ ଏବଂ ଏଥିପାଇଁ ୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଏବଂ ଓଡ଼ିଶା ଇତିହାସରେ କୌଣସି ଭିତ୍ତିଭୂମି ପ୍ରକଳ୍ପରେ ଏହା ହେଉଛି ଏକକ ବୃହତ୍ତମ ପୁଞ୍ଜିନିବେଶ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ। ଓଡ଼ିଶାର ବିକାଶରେ ଏହା ଇତିହାସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଖୋର୍ଦ୍ଧା, ପୁରୀ ଓ କଟକକୁ ମେଟ୍ରୋ ରେଳ ସଂପ୍ରସାରଣ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି ବୋଲି ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି। ୨୦୨୩ ଏପ୍ରିଲ ପହିଲାରେ ଉତ୍କଳ ଦିବସରେ ଏହି ମେଟ୍ରୋ ରେଳ ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ଯମନ୍ତ୍ରୀ।

ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ୍ ଓ ରାଜମହଲ ଛକ ଦେଇ ଭୁବନେଶ୍ୱର ବିମାନବନ୍ଦରକୁ ତ୍ରିଶୁଳିଆ ଛକ ସହ ସଂଯୋଗ କରିବ।

Comments are closed.