Latest Odisha News

BREAKING NEWS

କିମ ଜୋଙ୍ଗଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ଦକ୍ଷିଣ କୋରିଆ, ଆମେରିକା

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବେ ଅଧିକାଂଶ ଦେଶଙ୍କ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛନ୍ତି । ବିଶେଷ କରି ଆମେରିକା ଓ ଦକ୍ଷିଣ କୋରିଆଙ୍କ ପାଇଁ ସେ ସର୍ବଦା ବିପଦର ଘଂଟି ହୋଇ ରହିଛନ୍ତି । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ଭାବେ କିମ ଜୋଙ୍ଗଙ୍କ ହତ୍ୟା ଷଡଯନ୍ତ୍ର ରଚୁଛନ୍ତି । ଏଥିପାଇଁ ସେନାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଡିସେମ୍ବର ୩୧ରେ କିମ ଜୋଙ୍ଗ ୨୦୨୪ର ତାଙ୍କର କଣ ଯୋଜନା ରହିଛି ତାର ଖୁଲାସା କରିଥିଲେ । ସେ ୩ଟି ଗୋଇନ୍ଦା ସାଟେଲାଇଟ ଲଂଚ କରିବା ସହ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବ ବୋଲି ଏଥିରେ ଉଲ୍ଲେଖ କରିଥିଲେ ।

ଦକ୍ଷିଣ କୋରିଆ ରକ୍ଷା ମନ୍ତ୍ରୀ କିମ ଜୋଙ୍ଗଙ୍କ ହତ୍ୟା ସମ୍ପର୍କରେ ଖୋଲାଖୋଲି ଭାବେ କିଛି କହିହେବ ନାହିଁ ବୋଲି କହିଥିଲେ । ଅବଶ୍ୟ ତାଙ୍କୁ ମାରିବା ଏତେ ସହଜ ହେବ ନାହିଁ ବୋଲି ବିବିସିରେ ରିପୋର୍ଟ ପ୍ରକାଶ ପାଇଛି । ସେ ସର୍ବଦା ସ୍ୱତନ୍ତ୍ର ସୁରକ୍ଷାବଳୟରେ ରହିଥାନ୍ତି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବ୍ୟତୀତ ତାଙ୍କ ପଦକ୍ଷେପ ସମ୍ପର୍କରେ ଅନ୍ୟ କାହାକୁ ଖବର ନ ଥାଏ । ସେ ସ୍ୱତନ୍ତ୍ର ଭାବେ ଏକ ଟ୍ରେନରେ ଅନ୍ୟ ଦେଶକୁ ଯାଇଥାନ୍ତି । ଏଥିରେ ଅନେକ ଅତ୍ୟାଧୂନିକ ସୁରକ୍ଷା ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.