Latest Odisha News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦ୍ୱିପ୍ରହରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ଜୁନ୍ ୧୧ ତାରିଖରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟର ସ୍ୱାର୍ଥ ସମ୍ବଳିତ ଦାବି ତଥା ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉପରେ ଉପସ୍ଥାପନା କରିବା ନେଇ ସୁତ୍ରରୁ ପ୍ରକାଶ । ପ୍ରାକୃତିକ ଦୂର୍ବିପାକ ସମୟରେ ଯଥାଶୀଘ୍ର ସହାୟତା ପ୍ରଦାନ ପାଇଁ ନବୀନ ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସେହିଦିନ ନବୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର ସମ୍ଭାବନା ରହିଛି । ଏହାବ୍ୟତିତ ଜୁନ୍ ୧୫ ତାରିଖରେ ନବୀନ ନୀତି ଆୟୋଗର ବୈଠକରେ ଯୋଗଦେବେ। ପରବର୍ତ୍ତୀ ସମୟରେ ସେହି ଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.