Latest Odisha News

BREAKING NEWS

ଢେଙ୍କାନାଳ କାନ୍ଥ ଧସିବା ଘଟଣା: ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା

ଢେଙ୍କାନାଳ : ଢେଙ୍କାନାଳର ଅଳସୁଆ ସ୍ଥିତ ଏକ ସାପ୍ତାହିକ ହାଟ ନିକଟରେ ରବିବାର ଦିନ ଗୋଟିଏ ରାଇସ୍ ମିଲ୍ କାନ୍ଥ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି ।

ଏନେଇ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଘୋଷଣା କରିଛନ୍ତି ।

ମୃତକଙ୍କ ମଧ୍ୟରେ ସଂଗ୍ରାମ ସାହୁ, ରାମଚନ୍ଦ୍ର ସାହୁ, ମାୟାଧର ସାହୁ ଓ ଅଭିମନ୍ୟୁ ବିଶ୍ୱାଳ ରହିଛନ୍ତି । ତେବେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଉକ୍ତ ଘଟଣାରେ ଗୁରୁତର ଆହତ ହୋଇଥିବା ୭ ଜଣଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.