ଭୁବନେଶ୍ବର: ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କର କ୍ଷତି ହୋଇଛି । ଏଡି କ୍ଷତି ପାଇଁ ସେମାନଙ୍କୁ ମୋଟ ୨୯୧ କୋଟି ଯଙ୍କା ପ୍ରଦାନ କରାଯିବ । ଆଜି ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ଷତି ଆକଳନ ଆସିଛି, ଏଥିପାଇଁ ୨୯୧ କୋଟି ଟଙ୍କା ପ୍ରଦାନ କରାଯିବ ।
ତେବେ ଗତ ବର୍ଷ ଡିସେମ୍ବରରେ ତୁହାକୁ ତୁହା ଦୁଇଟି ପର୍ଯ୍ୟାୟରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀକୂଳର ଅଣ୍ଟା ଭାଙ୍ଗି ଯାଇଛି । ଯାହାକୁ ନେଇ ଏବେ ଚାଷୀଭାଇ ସରକାରଙ୍କ ସହାୟତାକୁ ଅନେଇ ଥିବା ବେଳେ ଏହି ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଓ ଅଞ୍ଚଳ ଗସ୍ତି କରି ସେଠିକା ଚାଷୀ ଓ କ୍ଷେତ ବୁଲିଦେଖିଥିଲେ । ଏଥିସହିତ ଅଦିନିଆ ବର୍ଷାର କ୍ଷୟକ୍ଷତି ଆକଳନ କରିଥିଲେ । ଏହାକୁ ନେଇ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ମନ୍ତବ୍ୟ ରଖିଥିଲେ ।
ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିସହିତ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଛି । ଏହାକୁ ନେଇ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ୨୯୧ କୋଟି ସହାୟତା ମିଳିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଚାଷୀ ନିଶ୍ଚିତ କ୍ଷତିପୂରଣ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।