Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା

ଭୁବନେଶ୍ୱର: ପାଖେଇ ଆସୁଛି ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ପାଇଁ ଘନ ଘନ ଚାଲିଛି ବୈଠକ। ଶୃଙ୍ଖଳିତ ରଥଯାତ୍ରା ନେଇ ଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ଉପସ୍ଥିତ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

ଅନ୍ୟପଟେ ଚଳିତବର୍ଷ ତିଥିରେ କ୍ଷୟ କାରଣରୁ ଦୀର୍ଘ ୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ଅଣସରନୀତି ୧୩ ଦିନ ପଡୁଛି । ଯେଉଁଦିନ ନେତ୍ରୋତ୍ସବ ସେହିଦିନ ପଡୁଛି ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ଯାହା ସେବାୟତ ଓ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ତେବେ ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ରଥାଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ନେଇ ସେବାୟତ ମାନଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଏହି ବୈଠକରେ କହିଛନ୍ତି ସେବାୟତ ମାନେ ।

ଶୃଙ୍ଖଳିତ ନୀତି ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି । ସୂଚନା ଥାଉକି ଗତକାଲି ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଛତିଶାନିଯୋଗ ବୈଠକ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଚଳିତ ମାସ ୨୨ରେ ଅନୁଷ୍ଠିତ ହେବ। ତେଣୁ ୨୦ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.