Latest Odisha News

BREAKING NEWS

ଶପଥ ଗ୍ରହଣ ପରେ ଆଜି ନୂଆ ସରକାରଙ୍କ ପ୍ରଥମ ଦିନ, ମହାପ୍ରଭୁଙ୍କ ଦର୍ଶନରୁ କଲେ ଆରମ୍ଭ

ପୁରୀ: ଗତକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ନିଜର ଦିନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହିତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା । ଏହା ସହିତ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ନୂତନ ମନ୍ତ୍ରୀପରିଷଦର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ରହି ମହାପ୍ରଭୁଙ୍କ ଆଶିଷ ଲୋଡିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ମଧ୍ୟ କରିଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି । ତାଙ୍କ ଆଶୀର୍ବାଦରେ ହିଁ ୪ ଦ୍ବାର ଖୋଲାଗଲା । ଏହା ସହିତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଥିଲୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଭୁଙ୍କୁ ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ । ସରକାର ଆସିବାର ଆଜି ପ୍ରଥମ ଦିନ । ସମସ୍ତ ପଦକ୍ଷେପ ନିଆଯିବ । ମହାପ୍ରଭୁଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଆଜି ସକାଳ ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିଛି । ଗତକାଲି ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଆଜି ଭକ୍ତଙ୍କ ପାଇଁ ଖୋଲିଯାଇଛି ଶ୍ରୀମନ୍ଦିର ୪ ଦ୍ୱାର । ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ୪ ଦ୍ବାରା । ଏହା ପରେ ବିନା ବାଧାରେ କାଳିଆ ପାଖକୁ ଛୁଟିଛି ଭକ୍ତଙ୍କ ସୁଅ ।

Comments are closed.