ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି କରୋନା ବିରୋଧୀ ଲଢେଇରେ ଆଗଧାଡିରେ ରହି ଦେଶର ରକ୍ଷକ ସାଜିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସରକାର ଏହି ଘୋଷଣା କରିଛନ୍ତି ।
କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ମିଳିବ । ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସହାୟତା ଟଙ୍କା ମିଳିବ । ଏପରିକି ଚିକିତ୍ସା ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ଅବସର ଯାଏ ପୁରା ଦରମା ମିଳିବ ।
ରୋଗୀଙ୍କୁ ଚିକିତ୍ସା ବେଳେ ମୃତ୍ୟୁ ହେଲେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଖାଲି ସେତିକି ନୁହେଁ କରୋନା ଚିକିତ୍ସା ବେଳେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ସହିଦର ସମ୍ମାନ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ଜାତୀୟ ଦିବସରେ କରୋନା ଯୋଦ୍ଧାଙ୍କୁ ଏହି ସମ୍ମାନ ମିଳିବ ।
ସେହିପରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅସମ୍ମାନ ଓ ଆକ୍ରମଣ କରୁଥିବା ଅଭିଯୁକ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର । କରୋନା ଯୋଦ୍ଧାଙ୍କ ପ୍ରତି ଆକ୍ରମଣ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ବୋଲି ଧରାଯିବ ଏବଂ ଅଭିଯୁକ୍ତଙ୍କୁ ଏନଏସଏ ଅର୍ଥାତ୍ ଜାତୀୟ ନିରାପତା ଆଇନରେ ଗିରଫ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।
BREAKING NEWS
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
Comments are closed.