Latest Odisha News

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା, ମିଳିବ ୫୦ କେଜି ଚାଉଲ ଓ ୫ଶହ ଟଙ୍କା

ଭୁବନେଶ୍ୱର: ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଘୋଷଣା ହେଲା ସହାତୟା । ବନ୍ୟାଂଚଳ ବୁଲି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ଥିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ/ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। ଗୁରୁତର ସେହିପରି ଜଳମଗ୍ନ ପରିବାରବକୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ଘର ଭାଙ୍ଗି ଯାଇଥିବା ପ୍ରତି ପରିବାରକୁ ଗୋଟିଏ ପଲିଥିନ୍ ସିଟ୍ ମିଳିବ । ଝଊଜୠ ନିୟମ ଅନୁଯୋୟୀ ଘରଭଙ୍ଗା ସହାୟତା ମଧ୍ୟ ଦିଆଯିବ । ଏଥିସହ ଜିଲ୍ଲାପାଳମାନଙ୍କୁ ୧୫ ଦିନ ଭିତରେ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆକଳନର ପରବର୍ତ୍ତୀ ଏକ ସପ୍ତାହ ମଧ୍ୟରେ ସହାୟତା ପ୍ରଦାନ କରାଯିବ ବୋଲି ନବୀନ ଘୋଷଣା କରିଛନ୍ତି ।

ସେହିପରି ନିୟମ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ଲୁଗାପଟା ଓ ବାସନକୁସନ ମିଳିବ । ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଯୋଗାଇ ଦିଆଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳିବ ବୋଲି ନବୀନ ଘୋଷଣା କରିଛନ୍ତି ।

ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟାଂଚଳ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସେ ନିଜ ଟ୍ୱିଟ୍‌ରେ ଲେଖିଥିଲେ ଯେ, ବହୁ ଜିଲ୍ଲା ଜଳମଗ୍ନ ହୋଇଛି, ବହୁ ଗାଁ ବୁଡ଼ିଯାଇଛି, ଅନେକ ଘର ଭାଙ୍ଗି ଯାଇଛି ଏବଂ ବହୁ ସ୍ଥାନରେ ରାସ୍ତା ଓ ଗମନାଗମନ ଭିତ୍ତିଭୂମି ନଷ୍ଟ ହୋଇଛି। ଖୁବଶୀଘ୍ର ବନ୍ୟାଞ୍ଚଳରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ କରିବାକୁ ତ୍ୱରିତ ପଦ‌କ୍ଷେପ ନିଆଯାଉଛି।

Leave A Reply

Your email address will not be published.