ପଖାଳ ପ୍ରତିଟି ଓଡ଼ିଆର ହାଣ୍ଡିଶାଳର ପରିଚୟ । ପଖାଳ ଦିବସ ପାଳନରୁ ବାଦ ପଡିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ ହୋଇ ଆସୁଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପାଳନ କରିଛନ୍ତି ପଖାଳ ଦିବସ ।
ମୁଖ୍ୟମନ୍ତ୍ରୀ ପଖାଳ ସାଙ୍ଗରେ ବିଭିନ୍ନ ପ୍ରକାରର ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜେ ପଖାଳ ଖାଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ପଖାଳ ସାଙ୍ଗକୁ ଚୁନା ମାଛ ଭଜା, ଛୁଇଁ ଭଜା, ବଡ଼ି ଚୁରା, ଶାଗ ଭଜା, କଲରା ଓ ଆଳୁ ଭଜା ଖାଇ ପଖାଳ ଦିବସ ପାଳିଛନ୍ତି ।
ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପଖାଳ । ପ୍ରତିଟି ଓଡିଆଙ୍କ ପ୍ରିୟ ଖାଦ୍ୟ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳରେ ଅନେକ ଉପାଦେୟତା ମଧ୍ୟ ଭରି ରହିଛି ।
ଆଜି ପଖାଳ ଦିବସ ଥିବାରୁ କଟକର ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟରେ ବିଶେଷ ପ୍ରସ୍ତୁତି କରାଯାଇଥିଲା । ସହରବାସୀ ରେଷ୍ଟୁରାଣ୍ଟରେ ପଖାଳ ଖାଇ ଏହାର ମଜା ଉଠାଇଥିଲେ।
Comments are closed.