Latest Odisha News

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ । ଉଚ୍ଚଶିକ୍ଷା ବିଭାଗ ପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆ ଯାଇଥିବା ନେଇ ଶୁକ୍ରବାର ସୂଚନା ଦିଆଯାଇଛି ।

ନିଜ ବିଭାଗରେ ରୋହିତଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବା କାରଣରୁ ତାଙ୍କ ହାତରୁ ବିଭାଗ କାଢିନେବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ସୁପାରିଶ କରିଥିଲେ । ଏହା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଏବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଦିଆଯାଇଛି ।

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସମସ୍ତ ବିଭାଗର ସମୀକ୍ଷା କରୁଛନ୍ତି ।

Comments are closed.