Latest Odisha News

BREAKING NEWS

ହଜମ ଜନିତ ସମସ୍ୟା ଥିଲେ ଡାଏଟରେ ସାମିଲ କରନ୍ତୁ ଉପଯୁକ୍ତ ଖାଦ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଲୋକେ ନିଜର କର୍ମ କ୍ଷେତ୍ରରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ଆରାମରେ ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଏପରିକି ଜଳଖିଆ ଖାଇବାକୁ ମଧ୍ୟ ସମୟ ପାଆନ୍ତି ନାହିଁ। ଆଉ ଏହି କାରଣରୁ ଶୀଘ୍ର ଖାଉଥିବା ଜିନିଷଗୁଡ଼ିକ ସଠିକ୍ ଭାବରେ ହଜମ ହୁଏ ନାହିଁ ଏବଂ ପରେ ଏହା ଅନେକ ରୋଗର କାରଣ ପାଲଟିଯାଏ। ଖାଦ୍ୟ ସଠିକ୍ ଭାବରେ ହଜମ ନହେଲେ କେଉଁ ରୋଗ ହୁଏ ଏବଂ ଏଥିରୁ କିପରି ମୁକ୍ତି ପାଇବେ ସେ ସମ୍ପର୍କରେ ଆମେ ଆଲୋଚନା କରିବା।

BjdElectrycity

– ଖାଦ୍ୟ ସଠିକ୍ ଭାବରେ ହଜମ ନହେବା ଯୋଗୁଁ ପେଟ ଫୁଲିବା, ଗ୍ୟାସଟ୍ରିକ ସମସ୍ୟା, ପତଳା ଝାଡ଼ା ହେବା କିମ୍ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୋଇପାରେ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ବିନ୍ସ, ସବୁଜ ପରିପରିବା, ଶସ୍ୟ ଜାତୀୟ ଖାଦ୍ୟ, ତାଜା ଫଳ ଖାଇବା ଉଚିତ୍।

– ଅନେକ ଥର ଦେଖାଯାଇଛି ଯେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସର୍ବଦା ନିଜର ଶରୀର ପ୍ରତି ଯତ୍ନ ନିଅନ୍ତି, ଡାଏଟ କରନ୍ତି। କିନ୍ତୁ ସେହି ଲୋକଙ୍କ କ୍ଷେତ୍ରରେ ଓଜନ ବୃଦ୍ଧି ପାଏ ଏବଂ ହ୍ରାସ ମଧ୍ୟ ଘଟେ। ଏପରି ହେବା ଦ୍ୱାରା ସେମାନେ ବିରକ୍ତ ହୁଅନ୍ତି। ଏପରି ହେବାର କାରଣ ହେଉଛି ବ୍ୟକ୍ତିର ପେଟ ସମ୍ବନ୍ଧୀୟ ସମସ୍ୟା ରହିଛି ଏବଂ ଏଥି ଯୋଗୁଁ ଶରୀର ବ୍ୟାଲେନ୍ସ ରହୁନି। ଏଥିପାଇଁ ସନ୍ତୁଳିତ ଖାଦ୍ୟ, ଫାଇବର ଖାଦ୍ୟ ସହିତ ବ୍ୟାୟାମ ଏବଂ ହାଇଡ୍ରେଟେଡ୍ ରହିବାର ଆବଶ୍ୟକତା ଅଛି।

– ଖରାପ ଖାଇବା ଅଭ୍ୟାସ ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣକୁ ପ୍ରଭାବିତ କରି କ୍ରନିକ୍ ଥକ୍କାପଣ ସୃଷ୍ଟି କରିପାରେ। ସନ୍ତୁଳିତ ଖାଦ୍ୟ, ସୁସ୍ଥ ଖାଦ୍ୟ ଏବଂ ଖାଦ୍ୟରେ ଉପଯୁକ୍ତ ପ୍ରୋଟିନ୍ ଅନ୍ତର୍ଭୁକ୍ତ କରିବା ଦ୍ୱାରା ହଜମ ଶକ୍ତିରେ କୌଣସି ବାଧା ଆସିବ ନାହିଁ ଏବଂ ଏହା ଉନ୍ନତ ହୋଇପାରିବ।

– ଆଜିକାଲି ଛୋଟ ଛୋଟ ଜିନିଷକୁ ନେଇ ଲୋକଙ୍କର ମୁଡ୍ ସୁଇଙ୍ଗ୍ ହୋଇଯାଏ। ଏହାର ଗୋଟିଏ କାରଣ ହେଉଛି ସଠିକ୍ ଭାବରେ ଖାଦ୍ୟ ହଜମ ନହେବା। ଏଥିପାଇଁ ଷ୍ଟ୍ରେସ ମ୍ୟାନେଜମେଣ୍ଟ ସିଷ୍ଟମ, ନିୟମିତ ବ୍ୟାୟାମ କରିବା ଉଚିତ। ଏହାସହ ହେଲଦି ଡାଏଟ ଆପଣେଇବା ଉଚିତ୍।

– ଯଦି ଆପଣ ମଧ୍ୟ ଅନେକ ଥର ଖାଇବା ପରେ ହଜମ ଜନିତ ସମସ୍ୟାର ଶିକାର ହୁଅନ୍ତି, ତେବେ ଜାଣନ୍ତୁ ଯେ ଆପଣ ଫୁ଼ଡ ଇଣ୍ଟଲରେନ୍ସର ଟାର୍ଗେଟରେ ଆସିଛନ୍ତି। ଏଥିପାଇଁ ଆପଣଙ୍କୁ ଏକ ଫୁଡ ଡାଏରୀ ପ୍ରସ୍ତୁତ କରି ଭଲ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ।

Leave A Reply

Your email address will not be published.