Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲା JWO ରାଣା ପ୍ରତାପଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ତାମିଲନାଡୁରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡ଼ିଆ ବାୟୁସେନା ଅଫିସର ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ଦିଲ୍ଲୀରୁ ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ସେଠାରେ ରାଣା ପ୍ରତାପ ଦାସଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ଅଶୋକ ପଣ୍ଡା ବି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେହିଭଳି ପୋଲିସ୍ ଡିଜି ଅଭୟ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଭୁବନେଶ୍ୱରରୁ ପାର୍ଥିବ ଶରୀର ଯିବ ତାଳଚେର ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗାଁ । ଜନ୍ମମାଟିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସେଠାକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯିବେ ବୋଲି ସୂଚନା ମିଳିଛି । ବୀର ପୁତ୍ରକୁ ଅପେକ୍ଷା କରିଛି ଜନ୍ମମାଟି । ପରିବାର ଓ ଆତ୍ମୀୟ ଅପେକ୍ଷାରତ ଅଛନ୍ତି ।

ଶୋକରେ ବୁଡ଼ିଛି ପୁରା କୃଷ୍ଣଚନ୍ଦ୍ରପୁର ଗାଁ । ଅନ୍ତିମ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସମ୍ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ରାଣା ପ୍ରତାର ଦାସଙ୍କର ଅନ୍ତିମ ସଂସ୍କାର କରାଯିବ । ରାଣାପ୍ରତାପ ବାୟୁସେନାରେ ଜୁନିଅର ୱାରେଣ୍ଟ ଅଫିସର ଥିଲେ । ୧୨ ବର୍ଷ ଧରି ବାୟୁସେନାରେ କାର୍ଯ୍ୟରତ ଥିଲେ ରାଣା ପ୍ରତାପ ଦାସ । ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ହେଲିକପ୍ଟରରେ ସେଦିନ ଯାଇଥିଲେ ।

Leave A Reply

Your email address will not be published.