ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳ ଆଡକୁ ମାଡି ଆସୁଥିବା ବେଳେ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି ।
ଏହି ପରିପ୍ରେକ୍ଷୀରେ ଓଡିଶାବାସୀଙ୍କୁ ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ବାର୍ତ୍ତା ଦେଇଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନ ଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।
ସମ୍ଭାବ୍ୟ ବାତ୍ୟା 'ଫନୀ' ନେଇ ଭୟଭୀତ ହୁଅନ୍ତୁ ନାହିଁ। ବାତ୍ୟାର ମୁକାବିଲା ପାଇଁ ସରକାର ପୁରା ପ୍ରସ୍ତୁତ ଅଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ମହିଳା, ଶିଶୁ, ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ସ୍ୱତନ୍ତ୍ର ଦେଖାଶୁଣା କରନ୍ତୁ। ଶାନ୍ତ ରୁହନ୍ତୁ, ସରକାରଙ୍କୁ ସହଯୋଗ କରନ୍ତୁ। #OdishaPrepared4Fani pic.twitter.com/wev9juMaTI
— Naveen Patnaik (@Naveen_Odisha) May 2, 2019
Comments are closed.