Latest Odisha News

ମାଣ୍ଡିଆ ପାଇଁ ଗୀତ; ସଂଗୀତ ନିର୍ଦ୍ଦେଶକ ରିକି କେଜ୍‌ ଓ କୃଷି ବିଭାଗକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଣ୍ଡିଆ ରପ୍ତାନୀରେ ଭାରତ ଗ୍ଲୋବାଲ ହବ୍‌ରେ ପରିଣତ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର। ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ମାଣ୍ଡିଆର ଉତ୍ପାନଦ ବୃଦ୍ଧି ଓ ପ୍ରୋତ୍ସାହନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଲୋକଙ୍କ ପାଖରେ ମାଣ୍ଡିଆକୁ ପହଞ୍ଚାଇବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ସାଧାରଣରେ ମାଣ୍ଡିଆର ଲୋକପ୍ରିୟତା ବଢ଼ାଇବା ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କର ଉଦ୍ୟମରେ ଏକ ମାଣ୍ଡିଆ ଗୀତ ପ୍ରସ୍ତୁତ ହୋଇ। ରାଜ୍ୟ କୃଷି ବିଭାଗ ଓ ତିନିଥର ଗ୍ରାମୀ ଆୱାର୍ଡ ବିଜେତା ରିକି କେଜ୍‌ ମିଳିତ ଭାବେ ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି। ଆଉ ଏହି ଗୀତ ନିଜ ଟ୍ୱିଟର  ହ୍ୟାଣ୍ଡେଲ୍‌ରେ ଶେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଓଡ଼ିଆ ସହ ଇଂରାଜୀ ଭାଷାର ମିଶ୍ରଣରେ ପ୍ରସ୍ତୁତ ଏହି ଗୀତଟି ଖୁବ୍‌ ଚମତ୍କାର ହୋଇଛି।

ମାଣ୍ଡିଆ ଗୀତ ପାଇଁ ସଂଗୀତ ନିର୍ଦ୍ଦେଶକ ରିକି କେଜ୍‌ଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିକି ଓ କୃଷି ବିଭାଗ ମିଳିତ ହୋଇ ଗୀତ ତିଆରି କରିଥିବାରୁ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଧନ୍ୟବାଦ ଦେଇଛନ୍ତି।

ମୁଖ୍ୟନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ପାଣିପାଗ ଅନୁକୂଳ ମାଣ୍ଡିଆ ଚାଷକୁ ପୁଣିଥରେ ବୃଦ୍ଧି କରିବା ଓ ମାଣ୍ଡିଆ ଖାଦ୍ୟକୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକରାଙ୍କର ଓଡ଼ିଶା ମିଲେଟ ମିଶନ ଏକ ଅଗ୍ରଣୀ ପଦକ୍ଷେପ। ପରିବେଶ ଅନୁକୁଳ ଫସଲ ତଥା ପୁଷ୍ଟିକର ଶଷ୍ୟ ମାଣ୍ଡିଆକୁ ଲୋକପ୍ରିୟତା କରାଇବା ପାଇଁ ଏହି ସୁନ୍ଦର ଗୀତକୁ ତିଆରି କରିଥିବାରୁ ଧନ୍ୟବାଦ ଗ୍ରାମୀ ଆୱାର୍ଡ ବିଜେତା ତଥା ସଂଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ରିକି କେଜ୍ ଓ କୃଷି ବିଭାଗ।

Comments are closed.