Latest Odisha News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି କେତେ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ସରକାରୀ ଓ୍ୱେବସାଇଟରେ ରାଜ୍ୟର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଗତ ବର୍ଷ ତୁଳନାରେ ଅଳ୍ପ ଟିକିଏ କମିଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ନବୀନଙ୍କ ସମ୍ପତ୍ତି ୬୪.୯୭ କୋଟି ଟଙ୍କା ଥିବା ବେଳେ ପୂର୍ବ ବର୍ଷ ଏହା ୬୪.୯୮ କୋଟି ଥିଲା। ଏଥିମଧ୍ୟରୁ ମୋଟ୍ ବ୍ୟାଙ୍କ ବାଲାନ୍ସ ୯୯,୪୧,୮୪୮.୮୨ ରହିଥିବା ବେଳେ ସ୍ଥାବର ସମ୍ପତ୍ତି ୧୨,୦୯,୫୨,୦୩୦ ରହିଥିବା ବେଳେ ଅସ୍ଥାବର ସମ୍ପତ୍ତି ୫୨,୮୮,୬୪,୧୯୦ ରହିଛି।

ସେହିପରି ଦିଲ୍ଲୀ, ଭୁବନେଶ୍ୱର, ହିଞ୍ଜଳିକାଟୁ ଏବଂ ବରଗଡ ବ୍ୟାଙ୍କ ଆକାଉଣ୍ଟ ସହିତ ଅଳଙ୍କାର, କାରକୁ ମିଶାଇ ନବୀନଙ୍କ ସମ୍ପତ୍ତି ୧୨ କୋଟି ୯ ଲକ୍ଷ ୨୫ ହଜାର ୩୧ ଟଙ୍କା ରହିଛି। ୩.୪୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ପୁରୁଣା ଆମ୍ବାସାଡର କାରର ମୂଲ୍ୟ ୬,୪୩୪ ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀ ସ୍ଥିତ ଜନପଥରେ ଥିବା ଏକ ବ୍ୟାଙ୍କରେ ୭୨ ଲକ୍ଷ ଟଙ୍କା ଏବଂ ଭୁବନେଶ୍ୱରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୨୧.୭୧ ଲକ୍ଷ ଟଙ୍କା ଜମା ରହିଛି।

୫୨ କୋଟି ୮୮ ଲକ୍ଷ ୬୪ ହଜାର ୧୯୦ ଟଙ୍କାର ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଅଂଶଧନର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା ଏବଂ ନୂଆଦିଲ୍ଲୀର ଡକ୍ଟର ଏପିଜେ ଅବଦୁଲ କାଲାମ ରୋଡରେ ଥିବା ସମ୍ପତ୍ତିର ୫୦% ଅଂଶଧନର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ପାଖାପାଖି ରହିଛି। ଉଭୟ ସମ୍ପତ୍ତିକୁ ସେ ନିଜ ମା’ଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି।

Comments are closed.