Latest Odisha News

କେନ୍ଦୁଝରର ୨ଟି ସ୍ଥାନରେ ଅଭିଯୋଗ ଶୁଣାଣି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝରର ୨ଟି ସ୍ଥାନରେ ଅଭିଯୋଗ ଶୁଣାଣି କ୍ୟାମ୍ପ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନି ଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ କେନ୍ଦୁଝର ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି।

ଆଜି କେନ୍ଦୁଝର ସର୍କିଟ ହାଉସ ଓ ମଣ୍ଡୁଆ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ଜିଲ୍ଲାର ପ୍ରାୟ ୨୫୦ ପାଖାପାଖି ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ ପତ୍ର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନିଜେ ପ୍ରତ୍ୟକ୍ଷଭାବେ ସେମାନଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

Leave A Reply

Your email address will not be published.