Latest Odisha News

BREAKING NEWS

ବୁଲା ଗାଈ ଓ କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଯାହା ଫଳରେ ବୁଲା ପଶୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ବୁଲା ଗାଈ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏମ୍‌ ରିଲିଫ ଫଣ୍ଡ୍‌ରୁ ୬୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ ବିଏମ୍‌ସି ଦୈନିକ ଏଥିରୁ ୨୦,୦୦୦ ଖର୍ଚ୍ଚ କରିବ। କଟକ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ୍ ଦୈନିକ ୧୦,୦୦୦ ଟଙ୍କା, ୪୮ ଟି ମ୍ୟୁନିସିପାଲିଟି ଏଥିପାଇଁ ଦୈନିକ ୫୦୦୦ ଟଙ୍କା ଏବଂ ଏନ୍ଏସିଏସ୍‌ମାନେ ଦୈନିକ ୨୦୦୦ ଟଙ୍କା ବ୍ୟୟ କରିପାରିବେ।

ଏହି ଅର୍ଥ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦିଆଯିବ।

Leave A Reply

Your email address will not be published.