Latest Odisha News

BREAKING NEWS

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ

ଭୁବନେଶ୍ବର: ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡିଶା ସମ୍ମିଳନୀ ଶେଷ କରି ବୁଧବାର ରାତିରେ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିମାନ ବନ୍ଦରରେ ସେ ସାମ୍ବାଦିକଙ୍କୁ ତାଙ୍କର ଗସ୍ତ ସଫଳତା ସଂପର୍କରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଉତ୍କର୍ଷ ଓଡିଶା ପରେ ନୂଆ ଦିଲ୍ଲୀରେ IOCL ସହିତ ଆମର MoU ଦ୍ୱିତୀୟ ଐତିହାସିକ ପଦକ୍ଷେପ। ଏପ୍ରିଲ ୭ ଓ ୮, ଏହି ଦୁଇ ଦିନ ଧରି, ମୁଁ HCL Technologyର ନୋଇଡା ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଦିଲ୍ଲୀରେ ଅନେକ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛି । HCL କୁ ମୁଁ ଓଡ଼ିଶାରେ କ୍ୟାମ୍ପସ୍‍ କରିବା ପାଇଁ ପ୍ରସ୍ତାବ ଦେଇଛି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ସକରାତ୍ମକ ମତାମତ ମିଳିଛି।

ଓଡ଼ିଶାକୁ ବ୍ୟାପକ ପୁଞ୍ଜି ଆସିବାର ସୁଯୋଗ ସୃଷ୍ଟି ହୋଇଛି। ଦିଲ୍ଲୀରେ ଏହି ଗସ୍ତ ସମୟରେ ସମୁଦାୟ ୧୩ଟି ଚୁକ୍ତି ସ୍ୱାକ୍ଷର କରିଛି ଓଡିଶା। ଏହା ସହିତ ୧୫ଟି ଇନ୍‌ଭେଷ୍ଟ୍‌ମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ଆସିଛି। ଏହା ଦ୍ୱାରା ୧ଲକ୍ଷ ୩ହଜାର ୯୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ୯୫ହଜାର ୧୯୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି IOCL ସହିତ ଆମର MoU । IOCL ଓଡିଶାରେ ୫୮ହଜାର ୪୨କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଏବଂ ଏହା ଦ୍ୱାରା ୨୪ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। IOCL, ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ୍ ଲିମିଟେଡ୍ ଏବଂ ପେଟ୍ରୋନେଟ୍ ଏଲ.ଏନ.ଜି ସହିତ ଆମର ଏମ.ଓ.ୟୁ ଯୋଗୁଁ ଓଡିଶାକୁ ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମାର୍ଗ ପ୍ରସ୍ତୁତ ହୋଇପାରିଛି।

Comments are closed.