Latest Odisha News

BREAKING NEWS

ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ସରକାର

ଭୁବନେଶ୍ଵର: ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତ ଅଧ୍ୟକ୍ଷଙ୍କୁ ଅବ୍ୟାହତି ଦେଲେ ରାଜ୍ୟର ନୂତନ ସରକାର । ନିଗମଗୁଡ଼ିକର ପରିଚାଳନାରେ ଗୁଣାତ୍ମକ ଉନ୍ନତି ହେଉ ନଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ ଯେ, ଗତକାଲି ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କୁ ଦାୟିତ୍ୱମୁକ୍ତ କରିଥିଲେ ସରକାର । ରାଜ୍ୟରେ ବିଜେଡି ସରକାରଙ୍କ ପତନ ପରେ ବିଭିନ୍ନ ସରକାରୀ ଉଦ୍ୟୋଗ, ବୋର୍ଡ ଓ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ସମସ୍ତ ନେତା ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ବାକି ଯେଉଁମାନେ ନିଜ ପଦରୁ ଇସ୍ତଫା ଦେଇନାହାଁନ୍ତି ସେମାନଙ୍କ ନାମରେ ନିର୍ଦ୍ଦେଶନାମା ଜାରି କରି ସମସ୍ତଙ୍କୁ ଦାୟିତ୍ୱମୁକ୍ତ କରୁଛନ୍ତି ନୂତନ ରାଜ୍ୟ ସରକାର।

Comments are closed.