Latest Odisha News

BREAKING NEWS

ମିଶନ ଶକ୍ତି ଭବନ ଲାଗି ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀଙ୍କ ୧ କୋଟି ଟଙ୍କା ମଞ୍ଜୁର

ବଲାଙ୍ଗୀର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପଥରଚେପାଠାରେ ମିଶନ ଶକ୍ତି ଭବନ ଲାଗି ୧ କୋଟି ମଞ୍ଜୁର କରିବା ସହିତ ମିଶନ ଶକ୍ତି ସମାବେଶକୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ନବୀନ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା କରିବା ସହିତ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ବିଜେଡ଼ି ସରକାର ୨୦୦୧ ମସିହାରେ ଏହି ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଦ୍ୱାରା ୨୦୧୯ ମସିହା ସୁଦ୍ଧା ୭୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ହେବା ସହିତ ପ୍ରାୟ ୭ଲକ୍ଷ ଏସଏଚଜି ସାରା ରାଜ୍ୟରେ ଗଠିତ ହୋଇପାରିଛି, ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏପର୍ଯ୍ୟନ୍ତ ସେ ମହିଳା ଗୋଷ୍ଠୀଗୁଡ଼ିକୁ ୩.୫୦ କୋଟି ଟଙ୍କାର ଆର୍ଥିକ ସହାୟତା ୧୪ଟି ବ୍ଲକଗୁଡ଼ିକୁ ଯୋଗାଇ ଦେଇଛନ୍ତି । ସେହିପରି ୯,୬୦୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨.୮୮ କୋଟି ଟଙ୍କା ଡ଼ିଜିଟାଲ ସଶକ୍ତିକରଣ ଲାଗି ଯୋଗାଇ ଦେଇଛନ୍ତି । ଅଙ୍ଗନୱାଡ଼ି କର୍ମୀଙ୍କୁ ୮୮ ଲକ୍ଷ ଏବଂ ୨୦.୧୦ କୋଟି ଟଙ୍କା ଏସଏଚଜି କୁ ସହାୟତା ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବୁଧବାର ଦିନ ତାଙ୍କର ଏହି ବଲାଙ୍ଗୀର ଜିଲ୍ଲା ଗସ୍ତ ଅବସରରେ ୧୪ କୋଟି ଟଙ୍କା ବ୍ୟୟରେ ସନ ନଦୀ ଉପରେ ନିର୍ମିତ ହେବାକୁ ଥିବା ସେତୁ ଏବଂ ୪.୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବାକୁ ଥିବା ଦେଓଗାଁ-ଦେଶଣ୍ଡା ଶିଳାନ୍ୟାସ କରିଥିଲେ ।

ଗତ ୪୦ ଦିନ ମଧ୍ୟରେ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ବଲାଙ୍ଗୀର ଜିଲ୍ଲା ଗସ୍ତ ।

Leave A Reply

Your email address will not be published.