Latest Odisha News

BREAKING NEWS

ଏୟାର୍ ଷ୍ଟ୍ରାଇକ୍ ହୋଇଥିବାର ପ୍ରମାଣ ସହ ରିପୋର୍ଟ ଦାଖଲ କଲା ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟଠାରେ ହୋଇଥିବା ଏୟାର୍ ଷ୍ଟ୍ରାଇକ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ବ୍ରିିଟେନର ରଏଟର ସଂସ୍ଥା ଏହି ଏୟାର୍ ଷ୍ଟ୍ରାଇକ୍ ପରର ସାଟେଲାଇଟ ଚିତ୍ରରେ କୌଣସି କ୍ଷତି ହୋଇନଥିବା ଦର୍ଶାଇଥିଲେ । ମାତ୍ର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ ହୋଇଥିବାର ପ୍ରକୃତ ସତ୍ୟାସତ୍ୟ ଏବଂ ଜୈଶ-ଇ-ମହମ୍ମଦର ୪ଟି ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିବାର ପ୍ରମାଣ ଦାଖଲ ହୋଇଛି ।

ସାନଫ୍ରାନ୍ସିସ୍କୋର ଏକ ଘରୋଇ ସାଟେଲାଇଯ୍ ସଂସ୍ଥା ମାର୍ଚ୍ଚ ୪ ତାରିଖରେ ବାଲାକୋଟ ଆତଙ୍କୀ କ୍ୟାମ୍ପ ଉପରେ ସଦ୍ୟ ସାଟେଲାଇଟ ଫଟୋ ଚିତ୍ରରେ ଦର୍ଶାଯାଇଥିଲା । ୨୦୧୮ ରେ ଯେପରି ସାଟେଲାଇଟ୍ ଚିତ୍ରରେ କୌଣସି ମଦ୍ରାସାରେ କ୍ଷତି ପହଞ୍ଚି ନାହିଁ ତାହା ଫଟୋ ମାଧ୍ୟମରେ ଦର୍ଶାଯାଇଥିଲା ।

ତେବେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର୍ ଷ୍ଟ୍ରାଇକ୍ ହୋଇଥିବା ନେଇ ଯଥେଷ୍ଟ ପ୍ରମାଣ ଦିଆଯାଇଛିି ।

Leave A Reply

Your email address will not be published.