Latest Odisha News

BREAKING NEWS

ଐତିହାସିକ କଟକ ‘ବାଲିଯାତ୍ରା’କୁ ଜାତୀୟ ମାନ୍ୟତା ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: କଟକର ଐତିହାସିକ ବାଲିଯାତ୍ରାକୁ ନ୍ୟାସନାଲ୍ ମେରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲ୍ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏନେଇ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ କେନ୍ଦ୍ରୀୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖି ଜଣାଇଛନ୍ତି ।

“ଯେହେତୁ ବର୍ତ୍ତମାନ ପରିସ୍ଥିତି ଭାରତ ଦକ୍ଷିଣ- ପୂର୍ବ ଏସୀୟ ରାଷ୍ଟ୍ର ମାନଙ୍କ ସହ ସୁସମ୍ପର୍କ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛି । କେବଳ ଏବେ ନୁହେଁ କେଉଁ ପୁରାତନ କାଳରୁ ଏହିସବୁ ଦକ୍ଷିଣ- ପୂର୍ବ ଏସୀୟ ରାଷ୍ଟ୍ର ମାନଙ୍କ ସହ ଭାରତର ସୁସମ୍ପର୍କ ରହି ଆସିଥିଲା । ଏହି ପରିପେକ୍ଷିରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରାଗଲେ ପ୍ରାଚୀନ ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରିବ” ବୋଲି ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଲେଖିଛନ୍ତି ।

Leave A Reply

Your email address will not be published.