ଭୁବନେଶ୍ୱର: ନୂଆ ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ । ଆମ୍ବୁଲାନ୍ସ ପାଇଁ ନିଜ କାର୍କେଡ୍କୁ ଅଟକାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି କାମ କରି ସେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ସଚେତନତା ବର୍ତ୍ତା । ଶୁକ୍ରବାର ଜୟଦେବ ବିହାର-ନନ୍ଦନକାନନ ରୋଡ୍ ଜାଭିୟର ଇଂଟରନ୍ୟାସନାଲ ସ୍କୁଲ ସମ୍ମୁଖରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀ କାର୍କେଡ୍ ସେହି ବାଟ୍ ଦେଇ ଯିବା ସମୟରେ ଏକ ଆମ୍ବୁଲାନ୍ସ ଆସୁଥିଲା । ଏହା ଦେଖି ନବୀନ ନିଜ କାର୍କେଡ୍କୁ ଅଟକାଇ ଆମ୍ବୁଲାନ୍ସକୁ ପ୍ରାଥମିକତା ଦେଇଥିଲେ । ଆମ୍ବୁଲାନ୍ସକୁ ଯିବା ପାଇଁ ନିଜ କାର୍କେଡ୍ ଅଟକାଇ ଦେଇଥିଲେ ନବୀନ । ଏଥିସହ ସେଠରେ ଥିବା ଟ୍ରାଫିକ୍ ପୋଲିସ ମଧ୍ୟ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା କ୍ଲିଅର କରିଥିଲେ ।
ଅନ୍ୟପଟେ କମିଶନରେଟ୍ ପୋଲିସ ରୋଗୀଙ୍କୁ ନେବାବେଳେ ଆମ୍ବୁଲାନ୍ସ କିଭଳି ଟ୍ରାଫିକ୍ ଭିଡରେ ଫସିବ ନାହିଁ ସେଥିପାଇଁ ପ୍ରତିଦିନ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏଥିପାଇଁ “ମେକ୍ ଏ ୱେ ଫର୍ ଆମ୍ବୁଲାନ୍ସ” ନାମକ ଏ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜରୁରୀକାଳୀନ ଗାଡି ଗୁଡିକ ପାଇଁ ରାସ୍ତାର ଗୋଟିଏ ଲେନ୍ ଖାଲି ରଖିବା ଏବଂ ଲୋକେ କିଭଳି ରୋଗୀଙ୍କ ଜୀବନ ବଂଚାଇ ଆମ୍ବୁଲାନ୍ସକୁ ବାଟ ଛାଡିବେ ସେ ନେଇ ଏହି ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ।
ଫେବୃଆରୀ ୧୧ ତାରଖରେ ଟ୍ରାଫିକ୍ ଜାମ ଯୋଗୁଁ ଦୀର୍ଘ ୨୨ ମିନିଟ୍ ଧରି ଭିଡରେ ଏକ ଆମ୍ବୁଲାନ୍ସ ଫସିଯାଇଥିଲା । ଫଳରେ ଅକାଳରେ ୫ବର୍ଷ ବୟସ ଶିଶୁର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।
BREAKING NEWS
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
Comments are closed.