Latest Odisha News

BREAKING NEWS

ଦାରୁଠେଙ୍ଗ ଡମ୍ପିଂ ୟାର୍ଡରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠସ୍ଥ ଦାରୁଠେଙ୍ଗ ଡମ୍ପିଂ ୟାର୍ଡରେ ଗତ ୩ ଦିନଧରି ଲାଗିରହିଥିବା ନିଆଁ କୁ ଏଯାବତ୍ ଆୟତ୍ତ କରାଯାଇନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପରିକି ସେମାନେ ଏଥିଲାଗି ବିଏମସିର ଉଦାସୀନତାକୁ ମଧ୍ୟ ଦାୟୀ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଗତ ଫେବୃଆରୀ ୧୩ ତାରିଖରେ ଏହି ଦାରୁଠେଙ୍ଗ ଡମ୍ପିଂୟାର୍ଡରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଯାହାର ପ୍ରଭାବରେ ସ୍ଥାନୀୟ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସାରା ଅଞ୍ଚଳ ଧୁଆଁମୟ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ତେବେ ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.