ଭୁବନେଶ୍ୱର: ନୂଆ ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ । ଆମ୍ବୁଲାନ୍ସ ପାଇଁ ନିଜ କାର୍କେଡ୍କୁ ଅଟକାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି କାମ କରି ସେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ସଚେତନତା ବର୍ତ୍ତା । ଶୁକ୍ରବାର ଜୟଦେବ ବିହାର-ନନ୍ଦନକାନନ ରୋଡ୍ ଜାଭିୟର ଇଂଟରନ୍ୟାସନାଲ ସ୍କୁଲ ସମ୍ମୁଖରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀ କାର୍କେଡ୍ ସେହି ବାଟ୍ ଦେଇ ଯିବା ସମୟରେ ଏକ ଆମ୍ବୁଲାନ୍ସ ଆସୁଥିଲା । ଏହା ଦେଖି ନବୀନ ନିଜ କାର୍କେଡ୍କୁ ଅଟକାଇ ଆମ୍ବୁଲାନ୍ସକୁ ପ୍ରାଥମିକତା ଦେଇଥିଲେ । ଆମ୍ବୁଲାନ୍ସକୁ ଯିବା ପାଇଁ ନିଜ କାର୍କେଡ୍ ଅଟକାଇ ଦେଇଥିଲେ ନବୀନ । ଏଥିସହ ସେଠରେ ଥିବା ଟ୍ରାଫିକ୍ ପୋଲିସ ମଧ୍ୟ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା କ୍ଲିଅର କରିଥିଲେ ।
ଅନ୍ୟପଟେ କମିଶନରେଟ୍ ପୋଲିସ ରୋଗୀଙ୍କୁ ନେବାବେଳେ ଆମ୍ବୁଲାନ୍ସ କିଭଳି ଟ୍ରାଫିକ୍ ଭିଡରେ ଫସିବ ନାହିଁ ସେଥିପାଇଁ ପ୍ରତିଦିନ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏଥିପାଇଁ “ମେକ୍ ଏ ୱେ ଫର୍ ଆମ୍ବୁଲାନ୍ସ” ନାମକ ଏ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜରୁରୀକାଳୀନ ଗାଡି ଗୁଡିକ ପାଇଁ ରାସ୍ତାର ଗୋଟିଏ ଲେନ୍ ଖାଲି ରଖିବା ଏବଂ ଲୋକେ କିଭଳି ରୋଗୀଙ୍କ ଜୀବନ ବଂଚାଇ ଆମ୍ବୁଲାନ୍ସକୁ ବାଟ ଛାଡିବେ ସେ ନେଇ ଏହି ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ।
ଫେବୃଆରୀ ୧୧ ତାରଖରେ ଟ୍ରାଫିକ୍ ଜାମ ଯୋଗୁଁ ଦୀର୍ଘ ୨୨ ମିନିଟ୍ ଧରି ଭିଡରେ ଏକ ଆମ୍ବୁଲାନ୍ସ ଫସିଯାଇଥିଲା । ଫଳରେ ଅକାଳରେ ୫ବର୍ଷ ବୟସ ଶିଶୁର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।
BREAKING NEWS
- ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି
- ଗିଲଙ୍କ କହୁଣୀରେ ବାଜିଲା ସିରାଜଙ୍କ ବଲ
- Shree Jagannath Temple Land Settlement:ଶ୍ରୀ ଜଗନ୍ନାଥ ମନ୍ଦିର ଜମି ବନ୍ଦୋବସ୍ତ ପାଇଁ ଇ-ପୋର୍ଟାଲର ହେବ ବିକାଶ; ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ
- Manipur’s ‘disturbed area’ status: ମଣିପୁରକୁ ଛଅ ମାସ ପାଇଁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା;ହିଂସାକାଣ୍ଡର ନୂତନ ଉତ୍ତେଜନା ମଧ୍ୟରେ ନିଷ୍ପତ୍ତି
- ଅଗରକରଙ୍କୁ ନେଇ ବଡ ଖୁଲାସା କଲେ ଏହି କ୍ରିକେଟର
- ଗାଁରେ ଆତଙ୍କ;ଘରେ ପଶିଥିବା ବାଘ ଛୁଆକୁ ଧରିଲା ବନବିଭାଗ
- ବ୍ରିଜଭୂଷଣ ମାମଲାରେ ନୂଆ ମୋଡ଼: ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲେ ୪ ମହିଳା କୁସ୍ତିଯୋଦ୍ଧା
- ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ
- ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍: କୋହଲିଙ୍କ ଫର୍ମ ଓ ରେକର୍ଡ ଉପରେ ସମସ୍ତଙ୍କ ନଜର
- ଲଗାଣ ବର୍ଷାରେ ଭୂସ୍ଖଳନ; କନ୍ଧମାଳ-ଗଞ୍ଜାମ ଯୋଗାଯୋଗ ବିଚ୍ଛିନ୍ନ,ଏପଟେ ଧୋଇଗଲା ଶାରିଶୁଆ ଘାଟି

Comments are closed.