Latest Odisha News

‘ମୁଖ୍ୟମନ୍ତ୍ରୀ ଦେଖନ୍ତି ନାହିଁ ଓଡ଼ିଆ ନ୍ୟୁଜ ଚ୍ୟାନେଲ, କଟା ହୋଇଛି ଟେଲିଫୋନ୍ କନେକ୍ସନ’

ଭୁବନେଶ୍ୱର: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ରୁମର ଥିବା ଟେଲିଫୋନ୍ ସଂଯୋଗ କଟା ହୋଇଛି। ନବୀନଙ୍କ ରୁମରେ ସିଧାସଳଖ ଟେଲିଫୋନ୍ ଲାଇନ୍ ଉପଲବ୍ଧ ନାହିଁ ବୋଲି ସେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ କହିଛନ୍ତି।

କେବଳ ଏତିକି ନୁହେଁ, ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ନବୀନଙ୍କ ଟିଭିରେ ଓଡ଼ିଆ ଚ୍ୟାନେଲ ଆସେନାହିଁ। ସନ୍ଧ୍ୟା ୭ଟାରେ ଓଡ଼ିଆ ନ୍ଯୁଜ ଦେଖୁଥିଲେ ନବୀନ। ଖବର ଦେଖିବାର ନବୀନଙ୍କ ଦୈନନ୍ଦିନ ଅଭ୍ୟାସ ଥିବା ସତ୍ତ୍ୱେ ଏବେ ତାଙ୍କ ଟିଭିରେ କେବଳ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ଉପଲବ୍ଧ ହେଉଛି।

ଆଜି ଏଏନଆଇକୁ ସାକ୍ଷାତକାର ଦେଇ ନବୀନ କହିଥିଲେ, ଯଦି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି ବୋଲି ପ୍ରଧାନମନ୍ତ୍ରୀ ଜାଣିବାକୁୁ ପାଇଲେ ଯଦି ସେ ତାଙ୍କୁ ଫୋନ୍ କରି ପଚାରି ବୁଝିପାରିଥାନ୍ତେ। ପ୍ରଧାନମନ୍ତ୍ରୀ ଏପରି ନକରି ତାଙ୍କ ସ୍ବାସ୍ଥ୍ଯାବସ୍ଥା ବାବଦରେ ଗୁଜବ ଖବର ଉପରେ ବିଶ୍ବାସ କରିବାକୁ ନବୀନ ନାପସନ୍ଦ କରିଥିଲେ। ପରେ ଏହାର ଜବାବ ଦେବାକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତକାର ଦେଇ ଏପରି କିଛି ମନ୍ତବ୍ୟ ଦେଇଛନ୍ତି।

ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ନେଇ ସସ୍ମିତ ପାତ୍ର ଆହୁରି ଆକଳନ କରି କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ପରାଜୟର ସମ୍ମୁଖୀନ ହେବେ ଏବଂ ନିରାଶ ହୋଇ ନିଜ ଟେଲିଫୋନ୍ ଓ ଟିଭି ତାର କାଟି ଦେଇପାରନ୍ତି ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

Comments are closed.