Latest Odisha News

BREAKING NEWS

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ପରିଦର୍ଶନ କରିବେ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ସମସ୍ତ ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକୁ ଆକାଶମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରିବା ପରେ ସନ୍ଧ୍ୟା ସମୟରେ ରାଜଧାନୀସ୍ଥିତ ଲୋକସେବା ଭବନରେ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହିତ ବ୍ୟାତ୍ୟା କ୍ଷୟକ୍ଷତି ତଥା ଏହାର ପୁନଃରୁଦ୍ଧାର ସମ୍ପର୍କରେ ଆଲୋଚନା କରିବେ ।

ଓଡ଼ିଶାରେ ଶନିବାର ଦିନ ଭୟଙ୍କର ସାମୁଦ୍ରିକ ଝଡ଼ ବୁଲବୁଲ୍ ତାଣ୍ଡବ ଲୀଳା ରଚିବାରୁ ଅନେକ କ୍ଷୟକ୍ଷତି ହୋଇଛି । ଏହାଫଳରେ ବଡ଼ ବଡ଼ ବୃକ୍ଷ ଉପୁଡ଼ି ପଡ଼ିଥିବାବେଳେ ବିଦୁ୍ୟତ ଖୁଣ୍ଟ ଭାଙ୍ଗିଯାଇଛି । ଅନେକ ସ୍ଥାନରେ ବିଦୁ୍ୟତ ସରବରାହ ବ୍ୟାହତ ହୋଇପଡ଼ିଛି । ବିଭିନ୍ନ ଜିଲ୍ଲାରେ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ ହେବା ସହିତ ଧାନଫସଲରେ କ୍ଷତି ପହଞ୍ଚିଛି । ରାଜ୍ୟର ଯେଉଁ ୬ଟି ଜିଲ୍ଲାରେ ବୁଲବୁଲ୍ ବାତ୍ୟା ଯୋଗୁଁ ଅଧିକ କ୍ଷୟକ୍ଷତି ହୋଇଛି ସେହି ଜିଲ୍ଲା ଗୁଡ଼ିକ ହେଲା – କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲା ।

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର୍ (ଆରଡ଼ିସି) ଅନିଲ୍ ସାମଲ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରପୀଡ଼ିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିଥିଲେ । ଗଣମାଧ୍ୟମକୁ ସୂଚନାଦେଇ ସେ କହିଛନ୍ତି ଯେ, ଏହି ଜିଲ୍ଲାରେ ଚାଷଜମି ଏବଂ ଧାନଫସଲରେ ଅଧିକ କ୍ଷତି ପହଞ୍ଚିଛି । ଏପରିକି ଏହି ଜିଲ୍ଲାରେ ବିଦୁ୍ୟତ ଖୁଣ୍ଟ ଅଧିକ ମାତ୍ରାରେ ଉପୁଡ଼ି ପଡ଼ିଛି । “ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମରା ଅଞ୍ଚଳ ଏହି ବାତ୍ୟା ଯୋଗୁଁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏହିସବୁ ସ୍ଥାନମାନଙ୍କରେ ବିଦୁ୍ୟତ ସରବରାହ ସ୍ୱାଭାବିକ ଅବସ୍ଥାକୁ ଫେରିଆସିବାକୁ ଦିନେ ଦୁଇଦିନ ସମୟ ଲାଗିବ,” ବୋଲି ଆରଡ଼ିସି ଶ୍ରୀ ସାମଲ କହିଛନ୍ତିି ।

ଏହାବ୍ୟତୀତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ୫୦ଟି ଟ୍ୟାଙ୍କର ଜିଲ୍ଲାରେ ନିୟୋଜିତ ହୋଇଛି ।

ଇତିମଧ୍ୟରେ କୃଷି ବିଭାଗ ପକ୍ଷରୁ ଫସଲ କ୍ଷୟକ୍ଷତି ସମ୍ପର୍କରେ ଆକଳନ ଲାଗି ପ୍ରସ୍ତୁତି ଆରମ୍ଭ କରିବାକୁ ଆରଡ଼ିସି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.