Latest Odisha News

BREAKING NEWS

କଂଗ୍ରେସ କନ୍ଦଳ: ନିରଞ୍ଜନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କର୍ମୀଙ୍କୁ ଜିତେନ୍ଦ୍ରଙ୍କ ତାଗିଦ୍

ଭୁବନେଶ୍ୱର: ଓଡ଼ିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ଅବ୍ୟାହତି ଦେବା କଥାକୁ ଅସ୍ୱୀକାର କରିବା ସହିତ ଦଳ ପରିସର ବାହାରେ ଏହାକୁ ନେଇ ଯେଉଁ କର୍ମୀ ଆଲୋଚନା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବାକୁ ତାଗିଦ୍ କରିଛନ୍ତି ।

“ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ରୂପେ ନିରଞ୍ଜନ ରହିଛନ୍ତି ଏବଂ ଏବେ ମଧ୍ୟ ଏହି ପଦବୀରେ ରହିବେ । ଯେଉଁମାନେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ,” ବୋଲି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଗଣମଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।

ଓଡ଼ିଶା କଂଗ୍ରେସ ଦଳରେ ବରିÂ କର୍ମକର୍ତ୍ତା ତଥା ଦଳୀୟ ନେତୃତ୍ୱରେ ଯେଉଁ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଏହାକୁ ନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଥିଲା । ଏପରିକି ନିକଟରେ ଦଳୀୟ ନେତୃତ୍ୱ ପରିବର୍ତ୍ତନ ଲାଗି ସ୍ୱର ଉତ୍ତୋଳନ ମଧ୍ୟ ହୋଇଥିଲା ।

ଦଳୀୟ ନେତୃତ୍ୱ ପଦବୀରୁ ନିରଞ୍ଜନଙ୍କୁ ଅବ୍ୟାହତି ଦିଆଯାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଓପିସିସି ସଭାପତି ପଦ ଦାୟିତ୍ୱ ଦିଆଯାଉ ବୋଲି କେତେକ ବରିÂ ଦଳୀୟ ନେତୃବୁନ୍ଦ ଏକଜୁଟ ହୋଇଥିଲେ । ଖାଲି ସେତିକି ନୁହେଁ ନଭେମ୍ବର ୩ ତାରିଖରେ ଏକ ରୁଦ୍ଧଦ୍ୱାର ବୈଠକରେ ଏସମ୍ପର୍କରେ ଆଲୋଚିତ ହେବା ସହିତ ଏନେଇ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଅବଗତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ, ରବିବାର ଦିନ ରାଜଧାନୀର ଏକ ହୋଟେଲରେ ପିସିସି ସଭାପତିଙ୍କ ଅନୁଗତମାନେ ଏକ ବୈଠକରେ ମିଳିତ ହୋଇଥିଲେ । “ଏହି ବୈଠକ କାହା ସପକ୍ଷରେ କିମ୍ବା କାହାରି ବିପକ୍ଷରେ ଅନୁÂିତ ହୋଇନାହିଁ । ଦଳକୁ ପୂର୍ବପରି ଅଧିକ ଶକ୍ତିଶାଳୀ କରିବା ତଥା ଏନେଇ ଦଳୀୟ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ ଆୟୋଜନ କରିଥିଲୁ,” ବୋଲି ବରିÂ କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି ।

Leave A Reply

Your email address will not be published.