Latest Odisha News

BREAKING NEWS

ଓଡ଼ିଶା ‘ପୂର୍ବୋଦୟ ବିକାଶ’ର କେନ୍ଦ୍ରବିନ୍ଦୁ ହେବ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆଜି ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇଛନ୍ତି । ବିଶିଷ୍ଟ ଶିଳ୍ପପତି ତଥା ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ ଓ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ଭେଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆୟୋଜିତ ନିବେଶକ ସମ୍ମିଳନୀରେ ଶିଳ୍ପପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନିଜର ସୋଶାଲ୍‌ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି।

ଓଡ଼ିଶାରେ ଇଭି, ଲିଥିୟମ୍‌ ଆୟନ ବ୍ୟାଟେରି ଓ 32 ଏମଟିପିଏ ଇସ୍ପାତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ଏହି ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ମଧ୍ୟ ଲେଖିଛନ୍ତି। ସେହିପରି ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ଭେଟିବା ପରେ, ତାଙ୍କୁ ସାକ୍ଷାତ କରି ରାଜ୍ୟରେ ବେଦାନ୍ତ ଆଲୁମିନିୟମର ସଂପ୍ରସାରଣ ଓ ନିବେଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ଲେଖିଛନ୍ତି।

Leave A Reply

Your email address will not be published.