Latest Odisha News

BREAKING NEWS

ମୋହନ ସରକାରଙ୍କୁ ପିଏମ୍ ମୋଦିଙ୍କ ଟାସ୍କ, ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୋହନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି ଜୁନ୍ ମାସ। ଲୋକଙ୍କ ପାଖରେ ରଖିବେ ନିଜ ସରକାରର ପ୍ରଥମ ବର୍ଷ ପୂର୍ତ୍ତିର ରିପୋର୍ଟ କାର୍ଡ। ଏପଟେ ଆଉ କିଛି ଟାସ୍କ ବି ଦେଇଛନ୍ତି ପିଏମ୍ ମୋଦି। ମାସ ବ୍ୟାପି ବଡ଼ ବଡ଼ କାର୍ଯ୍ୟକ୍ରମ ପାଇଁ ଏନଡିଏ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷ କରି ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ଅପରେସନ ସିନ୍ଦୂରର ସଫଳତା ସହ ଜାତିଭିତ୍ତିକ ଜନଗଣନା କଥା ଲୋକଙ୍କ ପାଖରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପାଞ୍ଚ ବଡ଼ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି। ସେଗୁଡିକ ହେଲା- ୫ ତାରିଖରେ ପରିବେଶ ଦିବସ ପାଇଁ ବଡ଼ ଆୟୋଜନ। ୯ ତାରିଖରେ ଏନଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ। ୧୨ରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି। ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ୨୬ ଏବଂ ୨୭ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାକୁ ୫୦ ବର୍ଷ ପୂରୁଥିବାରୁ ରାଜ୍ୟବ୍ୟାପି କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋହନ ସରକାରକୁ ଏମିତି ଟାସ୍କ ଦେଇଛନ୍ତି ପିଏମ ମୋଦି। ଯଦିଓ ମୋହନ ସରକାର ପ୍ରଥମ ବର୍ଷର ସଫଳତାକୁ ନେଇ ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବାକୁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ତା ସହ ମୋଦି ସରକାରକୁ ୧୧ ବର୍ଷ ପୂରଣ ଅବସରରେ ଡବଲ୍ ଇଞ୍ଜିନ ସରକାରଙ୍କ ଉପଲବ୍ଧି ଗ୍ରାଉଣ୍ଡରେ ସଫଳତାର ସହ ପହଞ୍ଚାଇବାକୁ ଏନଡିଏ ବୈଠକରେ ଜୋର୍ ଦେଇଛନ୍ତି ମୋଦି।

Comments are closed.