Latest Odisha News

BREAKING NEWS

‘ହକି ବିଶ୍ୱକପ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଐତିହାସିକ କ୍ରୀଡ଼ା ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜଧାନୀର କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ହକିର ଆକର୍ଷଣୀୟ ଟ୍ରଫିକୁ ଉନ୍ମୋଚିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏକ ଉତ୍ସବରେ ଏକାଧିକ ମହାନ କ୍ରୀଡ଼ାବିତଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଏହି ଟ୍ରଫିର ଉନ୍ମୋଚନ କରିଥିଲେ ।

ରାଜ୍ୟ କ୍ରୀଡ଼ା ଲାଗି ଏକ ଐତିହାସିକ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଏହି ଅବସରରେ ୧୦ଟି କ୍ରୀଡ଼ା ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ।

ଏହି କ୍ରମରେ ଡ଼ାଲମିଆ ଭାରତ ଲିଃ ସହିତ ମିଶି ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ, ଜେଏସ ଆହଲୁୱାଲିଆ କମ୍ପାନୀ ସହିତ ମିଶି କୁମ୍ବଲେ ଭାରୋତ୍ତତ୍ତଳନ, ବିରଳା କମ୍ପାନୀ ସହିତ ମିଶି ଗଗନ ନାରଙ୍ଗ ବନ୍ଧୁକ ଚାଳନା ତଥା ଲିଲାଏନ୍ସ ସହିତ ମିଶି ଦୌଡ଼କୁଦ, ରୁଙ୍ଗଟା ମାଇନ୍ସ ସହିତ ମିଶି କ୍ରୀଡ଼ା ଥଇଥାନ କେନ୍ଦ୍ର ତଥା ଉତ୍କର୍ଷ କେନ୍ଦ୍ର ସ୍ଥାପନ ହେବାର ଯୋଜନା ରହିଛି ।

ଟାଟା କମ୍ପାନୀ ମଧ୍ୟ ଭାରତୀୟ ଫୁଟବଲ ମହାସଂଘ ସହିତ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ବିଶ୍ୱକପ ହକି ପ୍ରତିଯୋଗିତା ପରି ଏକ ବିରାଟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜନ କରୁଛନ୍ତି ।

ଏଥିଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାର ପ୍ରଚାର ଓ ପ୍ରସାର ମଧ୍ୟ ବିଭିନ୍ନ ଦେଶରେ ଜୋରସୋରରେ ଚାଲିଛି । ଆସନ୍ତା ନଭେମ୍ବର ୨୮ ତାରିଖରୁ ଏହି ହକି ମହାକୁମ୍ଭ ‘ବିଶ୍ୱକପ ହକି’ ଆରମ୍ଭ ହେଉଛି ।

Leave A Reply

Your email address will not be published.