Latest Odisha News

BREAKING NEWS

ଗଞ୍ଜାମ: ପୋଲିସ ଏନକାଉଣ୍ଟରରେ ଅପରାଧି ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବ-ଡିଭିଜନ ସ୍ଥିତ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ରାମପାଦ ଜଂଗଲ ନିକଟରେ ଗଞ୍ଜାମ ପୋଲିସର ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ।

ଆହତ ଅପରାଧୀର ନାମ ବେଣୁଧର ବାରିକ ଓ ତା’ ଘର ନୟାଗଡ ଜିଲ୍ଲାର ଓଡଗାଁ ଥାନା ଅନ୍ତର୍ଗତ ଜାମପାଟଣା ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଚିକିତ୍ସା ନିମନ୍ତେ ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ବେଣୁ ଓ ତାର ଜଣେ ସହଯୋଗୀ ମୋଟର ସାଇକେଲରେ ରାମପାଦ ଜଙ୍ଗଲ ନିକଟରେ ଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ବୁଗୁଡା ଥାନା ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା । ମାତ୍ର ସେ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ଓ ବେଣୁ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  ଏଥିସହିତ ତାର ବାମ ଗୋଡରେ ଗୁଳି ବାଜିଥିଲାବେଳେ   ତାର ଅନ୍ୟ ସହଯୋଗୀ ଜଣଙ୍କ ଫେରାର ହୋଇ ଯାଇଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ୩ ରାଉଣ୍ଡ ଗୁଳି, ଗୋଟିଏ ବାଇକ ଓ କେତେକ ମୋବାଇଲ ଜବତ କରାଯାଇଥିବା ନେଇ ଜଣାପଡିଛି ।

ତେବେ ବେଣୁ ବିରୋଧରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ଲୁଟ୍ ଓ ଡକାୟତି ମାମଲା ରହିଥିବାବେଳେ ମଣିତାରା ବ୍ରାଞ୍ଚର ଋଷିକୂଲ୍ୟା ଗ୍ରାମ୍ୟ ବ୍ୟାଙ୍କରେ ହୋଇଥିବା ଡକାୟତିରେ ସେ ସମ୍ପୃକ୍ତ ରହିଥିଲା ।

Leave A Reply

Your email address will not be published.