ଭୁବନେଶ୍ୱର: ରାଜଭଜନରେ ପହଞ୍ଚିଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି କାଲି ନେବ ଶପଥ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ କଡ଼ା ସୁରକ୍ଷା ଭିତରେ ରାଜଭବନରେ ପହଂଚିବା ପରେ ସ୍ୱାଗତ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ସ୍ୱାଗତ ସମାରୋହରେବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିଶନର ସୁନୀଲ ବଂଶଲ ଉପସ୍ଥିତ ଥିଲେ । ସମସ୍ତେ ରାଜ୍ୟପାଳଙ୍କୁ ଉତ୍ତରୀୟ ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲ ।
ଶପଥ ନେବା ପୂର୍ବରୁ ସୋମବାର ସକାଳେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ ନୂଆ ରାଜ୍ୟପାଳ ରଘୁବର ଦାସ । ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରାଜ୍ୟପାଳ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଓଡିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ । ମୁଁ ବହୁତ୍ ଭାଗ୍ୟଶାଳୀ , ମତେ ଓଡିଶାର ଜନତାଙ୍କ ସେବା କରିବାର ସୌଭାଗ୍ୟ ମିଳିଲା ।’
ସେ ଆହୁରି କହିଥିଲେ, ଗରିବ, ‘ଶୋଷିତ ଏବଂ ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ , ସେ ନେଇ ସର୍ବଦା ଚେଷ୍ଠା ରହିବ । ଜଣେ ମହାସେବକ ଭାବେ କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଞ୍ଚିବାର ଦାୟିତ୍ବ ନେବି ।’
ମହାପ୍ରଭୁଙ୍କ ଦର୍ଶନ କରି ଓଡିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ପ୍ରାର୍ଥନା କରିଥିବା କହିଥିଲେ ରାଜ୍ୟପାଳ । ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ବାର ୨୪ ଘଣ୍ଟା ଖୋଲାରହିବ ବୋଲି ମଧ୍ୟ କହିଛନ୍ତି । ।
BREAKING NEWS
- ମହିଳା ଅସଦାଚରଣରେ ଓଡିଶା ଏକ ନମ୍ବର: ବିଜେଡି
- ୨୦୩୦ ସୁଦ୍ଧା ଭୁବନେଶ୍ୱର,ପୁରୀରେ ରେଳ ଚଳାଚଳ କ୍ଷମତା ହେବ ଦ୍ୱିଗୁଣ
- ପାଦରୁ ଜଣାପଡ଼ିବ ମଧୁମେହ ହୋଇଛି କି ନାହିଁ, ଜାଣିରଖନ୍ତୁ ଏହି ସଙ୍କେତ
- କେଉଁ କେଉଁ ଦଶକୁ ଋଣ ଦେଇଥାଏ ଭାରତ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
- ମୃତ୍ୟୁ ପରେ ବଞ୍ଚି ରହନ୍ତି ଏମାନେ, ଜାଣନ୍ତୁ କଣ ଏହି ‘ଥର୍ଡ ଷ୍ଟେଟ୍’
- ଆପଣଙ୍କ ଫୋନ ବି ଥରି ଉଠିବ ! Googleରେ ଲେଖିଦିଅନ୍ତୁ ଏହି ଶବ୍ଦ ତା’ପରେ…
- ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା
- ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ, ସେବକଙ୍କ ବିରୋଧରେ ହେବ କଡା ଆକ୍ସନ…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇଦାରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
Comments are closed.