ଭୁବନେଶ୍ୱର: ରାଜଭଜନରେ ପହଞ୍ଚିଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି କାଲି ନେବ ଶପଥ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ କଡ଼ା ସୁରକ୍ଷା ଭିତରେ ରାଜଭବନରେ ପହଂଚିବା ପରେ ସ୍ୱାଗତ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ସ୍ୱାଗତ ସମାରୋହରେବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିଶନର ସୁନୀଲ ବଂଶଲ ଉପସ୍ଥିତ ଥିଲେ । ସମସ୍ତେ ରାଜ୍ୟପାଳଙ୍କୁ ଉତ୍ତରୀୟ ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲ ।
ଶପଥ ନେବା ପୂର୍ବରୁ ସୋମବାର ସକାଳେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ ନୂଆ ରାଜ୍ୟପାଳ ରଘୁବର ଦାସ । ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରାଜ୍ୟପାଳ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଓଡିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ । ମୁଁ ବହୁତ୍ ଭାଗ୍ୟଶାଳୀ , ମତେ ଓଡିଶାର ଜନତାଙ୍କ ସେବା କରିବାର ସୌଭାଗ୍ୟ ମିଳିଲା ।’
ସେ ଆହୁରି କହିଥିଲେ, ଗରିବ, ‘ଶୋଷିତ ଏବଂ ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ , ସେ ନେଇ ସର୍ବଦା ଚେଷ୍ଠା ରହିବ । ଜଣେ ମହାସେବକ ଭାବେ କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଞ୍ଚିବାର ଦାୟିତ୍ବ ନେବି ।’
ମହାପ୍ରଭୁଙ୍କ ଦର୍ଶନ କରି ଓଡିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ପ୍ରାର୍ଥନା କରିଥିବା କହିଥିଲେ ରାଜ୍ୟପାଳ । ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ବାର ୨୪ ଘଣ୍ଟା ଖୋଲାରହିବ ବୋଲି ମଧ୍ୟ କହିଛନ୍ତି । ।
BREAKING NEWS
- Puri Airport: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ସବୁଜ ସଙ୍କେତ
- Odia signboard: ଓଡ଼ିଆ ଭାଷାରେ ନାମ ଫଳକ ନରହିଲେ ଗଣିବେ ଜରିମାନା
- ମମତାଙ୍କ ଗଡ଼ରେ ମୁସଲିମ୍ ଭୋଟ୍ କାହାର ?
- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ପଦଧ୍ୱନି: ଆମେରିକାକୁ ଇରାନର ଖୋଲା ଚ୍ୟାଲେଞ୍ଜ !
- ରାଜ୍ୟ ବ୍ୟାପୀ ପ୍ରବେଶ ଉତ୍ସବ; କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
- Madhuri Dixit In Odisha handloom: ଓଡ଼ିଆ ଶାଢ଼ୀରେ ମାଧୁରୀଙ୍କ ଗ୍ରେସ, କହିଲେ,”ପ୍ରେମ ଏବଂ ଧର୍ଯ୍ୟରେ ବୁଣାଯାଇଥିବା କାହାଣୀ”
- Downed U.S. Jet : ଆମେରିକାକୁ ଶକ୍ତ ଝଟକା, ଧ୍ଵଂସ ହେଲା ଆଉ ଦୁଇ ବିମାନ
- Indian Tanker Cross Strait Of Hormuz: ପୁଣି ହର୍ମୁଜ୍ ପାର କଲା ଭାରତର ଆଉ ଏକ ଏଲପିଜି ଟ୍ୟାଙ୍କର୍
- Rain and Thunderstorms: ୮ ଯାଏଁ କାଳବୈଶାଖୀ ବର୍ଷା, ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…
- India Skill Competition 2026: ‘ଇଣ୍ଡିଆ ସ୍କିଲ୍ସ’ରେ ଟିମ୍ ଓଡ଼ିଶାର ଦମଦାର ପ୍ରଦର୍ଶନ, ହାତେଇଲା ୧୫ ସ୍ଵର୍ଣ୍ଣ ସହ ୫୭ ପଦକ
Comments are closed.