Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ସମାଲୋଚିତ ହେଉଛନ୍ତି ନେତ୍ୟାନେହୁଙ୍କ ପରିବାର

ତେଲ ଅବୀବ: ହମାସ ବିପକ୍ଷ ଯୁଦ୍ଧ ବେଳେ ହଠାତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ଓ ତାଙ୍କ ପରିବାରଙ୍କୁ କଡା ସମାଲୋଚନା କରାଯାଉଛି । ଯୁଦ୍ଧ ପରି ମାରାତ୍ମକ ପରିସ୍ଥିତି ସମୟରେ ଏହି ସମାଲୋଚନା କାହିଁକି କରାଯାଇଛି ଆସନ୍ତୁ ଜାଣିବା । ନେତ୍ୟାନେହୁ ଓ ତାଙ୍କ ପତ୍ନୀ ସେମାନଙ୍କ ନିକଟତମ ବନ୍ଧୁଙ୍କ ଘରେ ମଉଜ ମଜଲିସ କରୁଥିବା ଖବର ଆସିଥିଲା । ଏହା ପରେ ତାଙ୍କ ପୁଅ ୟାଇର ଫ୍ଲୋରିଡାର ସମୂଦ୍ରକୂଳରେ ମଜା କରୁଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ଭାଇରାଲ ହେବା ପରେ ନେତ୍ୟାନେହୁ ଓ ତାଙ୍କ ପରିବାର ପ୍ରତି ଇସ୍ରାଏଲର ନାଗରିକ ଏବଂ ସେନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବରୁ ଗୋଇନ୍ଦା ବିଭାଗ ହମାସ ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ନ ଥିଲା ବୋଲି କହି ନେତ୍ୟାନେହୁ ସମାଲୋଚିତ ହୋଇଥିଲେ । ପରିସ୍ଥିତି ଏପରି ହେଲା ଯେ, ଶେଷରେ ସେ ଏ ନେଇ କ୍ଷମା ମାଗିଥିଲେ ।

ହମାସ ଆକ୍ରମଣ ପରେ ତାଙ୍କ ଲୋକପ୍ରିୟତାରେ ଦ୍ରୁତ ଅବନ୍ନତି ଘଟିଛି । କେତେକ ରାଜନୈତିକ ସମୀକ୍ଷକଙ୍କ ମତରେ ନେତ୍ୟାନେହୁ ଏହି ଯୁଦ୍ଧ ପରେ ଆଉ ରାଜନୀତିରେ ସଫଳ ହେବେନି । ଯେଉଁ ସମୟରେ ସାଧାରଣ ଜନତା ପ୍ରତ୍ୟେକ ଦିନ ମୃତ୍ୟୁକୁ ସାମ୍ନା କରୁଛନ୍ତି ସେ ସମୟରେ ନେତ୍ୟାନେହୁଙ୍କ ପଦକ୍ଷେପ ତାଙ୍କୁ ଅସୁବିଧାରେ ପକାଇଛି । ନ୍ୟାୟିକ ସୁଧାର ଆଇନକୁ ମଧ୍ୟ ଇସ୍ରାଏଲରେ ତୀବ୍ର ବିରୋଧ କରାଯାଇଛି ।

Leave A Reply

Your email address will not be published.