ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ ପାଇଁ ଉଦ୍ୟମ କରିଛନ୍ତି ସେ। ଏଥିପାଇଁ ଦୀର୍ଘ ଦିନ ପରେ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପୁନଃସ୍ଥାପିତ କରିଛନ୍ତି। ଆଜି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଆସିଥିଲେ ଭୁବନେଶ୍ବର ଜୟଦେବ ବିହାରର ବିଦ୍ୟୁତପ୍ରଭା ଷଡଙ୍ଗୀ। ତାଙ୍କର କୌଣସି ସ୍ବତନ୍ତ୍ର ଅଭିଯୋଗ ନଥିଲା। ସେ ଆସିଥିଲେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ କହିଥିଲେ ଯେ ପୂର୍ବ ସରକାର ଆମକୁ ସବୁ ଜନ କଲ୍ୟାଣ ଯୋଜନାରୁ ବଞ୍ଚିତ କରିଥିଲେ। ଆପଣ ଆସିବାପରେ ଆମେ ନୂଆ ରାସନ କାର୍ଡ ପାଇଲୁ ଏବଂ ସୁଭଦ୍ରା ଯୋଜନାର ସହାୟତା ମଧ୍ୟ ପାଇଲୁ। ଆପଣ ଆମ ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ଆପଣ ଆମପାଇଁ ଜଣେ ମସିହା (Messiah) । ମହାପ୍ରଭୁଙ୍କୁ ପ୍ରାର୍ଥନା କରି ସେ କହିଲେ ଯେ ଆପଣ ପ୍ରତ୍ୟେକ ମସିହାରେ(Year) ଆମ ପାଇଁ ଏମିତି ମସିହା (Messiah) ହୋଇ ଆସୁଥାନ୍ତୁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ସମସ୍ତଙ୍କ କଲ୍ୟାଣ ପାଇଁ ସମର୍ପିତ। ‘ସବ୍କା ସାଥ୍ ସବ୍କା ବିଶ୍ବାସ’ ହେଉଛି ଆମ ଶାସନର ମନ୍ତ୍ର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମସ୍ତଙ୍କ ସୁଖ ଦୁଃଖ ବୁଝିବା, ଶୁଣିବା ହେଉଛି ଆମର ଧର୍ମ। ଆମେ ସେହି ଧର୍ମକୁ ପାଳନ କରିଚାଲିଛୁ।
Comments are closed.