ଭୁବନେଶ୍ୱର: କଟକ ଏସସିବିରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସସିବି ଅଧିକ୍ଷକ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧର୍ମପତ୍ନୀଙ୍କ ହେବ ଅସ୍ତ୍ରୋପଚାର । କଟକରେ ଏସସିବି ସର୍ଜରୀ ବିଭାଗରେ ହେବ ଏହି ଚିକିତ୍ସା। ଏସସିବି ମେଡିକାଲ୍ ର ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଏହି ଚିକିତ୍ସା କରିବେ ବୋଲି ଜଣାପଡ଼ିଛି। ତାଙ୍କ ତତ୍ତ୍ଵାବଧାନରେ ଲାଗିଛନ୍ତି ୧୦ ଜଣିଆ ଡାକ୍ତରୀ ଟିମ୍। ଗତ କିଛି ଦିନ ପୂର୍ବରୁ ଏସସିବିରେ ତାଙ୍କର ମେଡ଼ିକାଲ ଟେଷ୍ଟ କରାଯାଇଥିଲା।
ତେବେ ଆବଶ୍ୟକସ୍ଥଳେ ଚିକିତ୍ସା ଅଗ୍ରଗତି ନେଇ ନିୟମିତ ବ୍ୟବଧାନରେ ଏସସିବି ପକ୍ଷରୁ ସୂଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଏସସିବି ଅଧିକ୍ଷକ।
Comments are closed.