ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କର ଏସସିବି ମେଡିକାଲରେ ସଫଳ ଅସ୍ତ୍ରୋପଚାର ହୋଇଥିଲା। ଯାହା ପରେ ଆଜି ମେଡିକାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି।
ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀଙ୍କର ହେଲା ସଫଳ ଅସ୍ତ୍ରୋପଚାର, ସ୍ଥିର ରହିଛି ସ୍ଵାସ୍ଥ୍ୟ ଅବସ୍ଥା
ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଥିଲେ। ଗତ ୨୧ ତାରିଖ ଦିନ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ତାଙ୍କୁ ଆଡ଼ମିଶନ କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା। ପରେ ତାଙ୍କୁ ସର୍ଜରୀ ବିଭାଗର ସ୍ବତନ୍ତ୍ର କ୍ଯାବିନରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ ସେ ସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।
Comments are closed.